ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପୁରୁଯୋଡ଼ା ପଞ୍ଚାୟତ ସ୍ଥିତ ବେନମୁଣ୍ଡା ଗ୍ରାମ ର ସିଙ୍ଗା ପୂର୍ତ୍ତୀ ମାଆ ଗୋଲାପ ପୂର୍ତ୍ତୀ ଙ୍କ ସାନ ପୁଅ ମିଲୁ ପୂର୍ତ୍ତୀ ଆଜି ଆମ୍ବ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି.। ବେଣାମୁଣ୍ଡା ହାଇସ୍କୁଲ ରେ ସେ ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥୁଲେ.। ମିଲୁ ପୁର୍ତ୍ତି ଙ୍କ ପିତା ସିଙ୍ଗା ପୁର୍ତ୍ତି ପ୍ରାୟ ଆଠ ବର୍ଷ ହେବ ଦେହାନ୍ତ ହୋଇଛି।. ମିଲୁ ପୂର୍ତ୍ତିଙ୍କ ମାଆ ଗୋଲାପ ପୂର୍ତ୍ତି ତାଙ୍କର ଦୁଇ ପୁଅକୁ ଅତି ଆଦରରେ ପାଳିଥିଲେ।. ମିଲୁ ପୂର୍ତ୍ତୀ ଗତ ଦୁଇ ଦିନ ହେବ ତାଙ୍କ ସ୍କୁଲରେ ବୃତ୍ତି ପରୀକ୍ଷା ଦେଇଥିଲେ।. ଗତକାଲି ଘର ଲୁକଙ୍କ କହିବା ଅନୁଯାଇ ମିଲୁ ତାଙ୍କ ଗାଁ ର ସମ୍ପର୍କୀୟ ଭାଇ ରାଜୁ ପୂର୍ତ୍ତିକୁ ସାଇକେଲ ମାଗିଲେ ସାଇକେଲଟି ଦେଇନଥିଲେ.। ସନ୍ଧ୍ୟା ସମୟ ପର୍ଯନ୍ତ ମିଲୁ ନଆସିବାରୁ ତାଙ୍କ ମାଆ ଆଖପାଖ ରେ ବହୁତ ଖୁଜା ଖୁଜି କରିଥିଲେ କୌଣସି ଖବର ପାଇନଥିଲେ।. ଆଜି ସକାଳ ପ୍ରାୟ ଛ ଘଟିକା ସମୟରେ ତାଙ୍କ ଗାଁ ର କିଛି ବ୍ୟକ୍ତି କ୍ଷେତକୁ ହଳ ନେଇକି ଯାଉଥିବା ସମୟରେ ନିମ୍ବ ଗଛ ଡାଳରେ ମିଲୁ ର ଦେହ ଝୁଲୁଥିବାର ଦେଖି ମିଲୁର ମାଆ କୁ ଜଣାଇ ଥିଲେ।. ଖବର ଶୁଣି ମିଲୁର ମାଆ ଏବଂ ଗ୍ରାମବାସୀ ମାନେ ଘଟନସ୍ଥଳକୁ ପହଂଚିଥିଲେ.। ଗ୍ରାମବାସୀ ଲୁକେ ସଙ୍ଗେ ଶଙ୍ଗେ ନିକଟସ୍ଥ କାଳିଆହାତା ଫାଣ୍ଡି ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ।. ଖବର ପାଇ କାଳିଆହାତା ଫାଣ୍ଡି ଅଧିକାରୀ ଲଲିପି ସେଠି ଘଟଣା ସ୍ଥାନରେ ପହଞ୍ଚିଥିଲେଏବଂ ତଦନ୍ତ ଆରମ୍ଭକରିଛନ୍ତି ପ୍ରକୃତ ଘଟଣା କିଛି ଜଣାପଡିନି।.
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l