ରିପୋର୍ଟ : ଞାନ ରଞ୍ଜନ ଦାଶ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ରେଳଡିଭିଜନ ନିରାକାରପୁର ରେଳବାଇ ଫାଣ୍ଡି ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ୩ନମ୍ବର ପ୍ଲାଟଫର୍ମରେ ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ର ମୃତ୍ୟୁ।ମୃତରକ ପରିଚୟ ଅସ୍ପଷ୍ଟ।ନିରାକାରପୁର ରେଳବାଇ ପୋଲିସର ତଦନ୍ତ ଜାରି।ଆଜି ଭୋର ସମୟରେ ଘଟିଛି ଅଘଟଣ।ମୃତ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରେ ଓହ୍ଲାଥିବା ବେଳେ ଅସାବଧାନତା ବଶତଃ ଖସି ପଡିଥିଲେ ଘଟଣା ସ୍ଥଳରେ ତାଙ୍କ ଉପରେ ଟ୍ରେନ ଚଢିଯିବାରୁ ମୃତ୍ୟୁ ଘଟିଥିଲା।ରେଳବାଇ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।