ଟାଙ୍ଗୀ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଖୋଲିଲା ‘କିଓର-ବାଏ’ ପକ୍ଷରୁ “ଇ-କ୍ଲିନିକ୍” ସେବା । ବର୍ତ୍ତମାନ ସୁଦ୍ଧା ଓଡିଶା ଓ ଛତିଶଗଡ଼ ରାଜ୍ୟରେ 99 ଟି ଏଭଳି ‘କିଓର-ବାଏ’ ପକ୍ଷରୁ “ଇ-କ୍ଲିନିକ୍” ସେବା ଖୋଲି ସାରିଥିବା ବେଳେ ଆଜି ଟାଙ୍ଗୀ ସଦରମହକୁମା ର ଟାଙ୍ଗୀ ବସଷ୍ଟାଣ୍ଡ ରେ ଆଉ ଗୋଟିଏ ଶାଖାର ଉଦଘାଟନ ହୋଇ 100 ତମ “ଇ-କ୍ଲିନିକ୍” ସେବା ‘କିଓର-ବାଏ’ ପକ୍ଷରୁ ଖୋଲା ଯାଇଛି । ଗରିବ ହେଉ ଅବା ସମ୍ଭ୍ରାନ୍ତ ପରିବାର ଲୋକ ହୁଅନ୍ତୁ , ସମସ୍ତେ କିଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ତାହା ପୁଣି କମ୍ ଖର୍ଚ୍ଚରେ ଅର୍ଥାତ ଦିନକୁ ମାତ୍ର ୧ ଟଙ୍କାରେ ଏଭଳି ସ୍ୱାସ୍ଥ୍ୟ ସେବା , ତାହା ସାଙ୍ଗକୁ ବଡ ବଡ ଡାକ୍ତରଖାନାର ଖ୍ୟାତନାମା ଡାକ୍ତର ମାନେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ସେବା ଯୋଗାଇବ ଏହି ‘କିଓର-ବାଏ’ ସଂସ୍ଥା ।

ରୋଗୀ ମାନଙ୍କୁ ଘରୁ ଆଣି ଚିକିତ୍ସା କରାଇବା ପରେ ପୁଣି ଘରେ ଛାଡିବା ଦାଇତ୍ଵ ନେବ ‘କିଓର-ବାଏ’ । 24 ଘଣ୍ଟିଆ ସେବା ଯୋଗାଇ ଦେବ ‘କିଓର-ବାଏ’ । ବିରଳ ଅସ୍ତ୍ରୋପଚାର ହେଉ ଅବା ଔଷଧ କ୍ରୟ ସବୁଥିରେ ସ୍ୱଳ୍ପ ତଥା ଡିସ୍କାଉଣ୍ଟ ସୁବିଧା ଯୋଗାଇ ଦିଆଯିବ ଏପରି ରାଜ୍ୟ ସରକାରଙ୍କ BSKY ହେଉ ଅବା ଆଉଷ୍ମାନ ଭାରତ ଯୋଜନାରେ ସାମିଲ ଥିବା ବ୍ୟକ୍ତି ମଧ୍ୟ ଏଥିରେ ଅଧିକ ସୁବିଧା ପାଇ ପାରିବେ ବୋଲି “କିଓର-ବାଏ” ସଂସ୍ଥାର ମୂଖ୍ୟ ପ୍ରୀୟଦର୍ଶୀ ମହାପାତ୍ର କହିଛନ୍ତି ।
“କିଓର-ବାଏ” ସଂସ୍ଥାର ୧୦୦ ତମ ଇ-କ୍ଲିନିକ୍ ଉଦଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ସରକାରଙ୍କ IT ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟତମ ଆକର୍ଷଣ ଅତିଥି ଭାବରେ ସିନେ ତାରକା ତଥା ଅଭିନେତ୍ରୀ ଶିବାନୀ ସଙ୍ଗୀତା ସାମିଲ ହୋଇଥିଲେ ।


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।