ଖୋର୍ଦ୍ଧା ସଦର ଥାନା ଛତିପୁର ଗ୍ରାମରେ ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଲାଗିରହିଥିବା ବିବାଦକୁ ନେଇ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଦିର୍ଘ ଦିନ ହେବ ଗ୍ରାମର ଗୋଟିଏ ନିର୍ଦ୍ଧିଷ୍ଟ ପରିବାର ନିଜ ଜମି ଆଳରେ ଗ୍ରମର ରାସ୍ତାକୁ ଅବରୋଧ କରିବା ସହିତ ସରକାରୀ ରାସ୍ତା ଉପରେ ଘର ନିର୍ମାଣ କରିବାକୁ ଆରମ୍ଭ କରିଛି ।

ଫଳରେ ଗ୍ରାମବାସୀଙ୍କ ଜାତାୟତ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ଉକ୍ତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖା ଦେବା ପରେ ଗ୍ରାମବାସୀ ସଦର ଥାନା ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଓ ତହସିଲଦାର ଗ୍ରାମ୍ୟ ରାସ୍ତା ଚିହ୍ନଟ କରିବା ପରେ ମଧ୍ୟ କାମ ବନ୍ଦ ନହେବାରୁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାର ସଠିକ ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ସେପଟେ ତହସିଲଦାର କହିଛନ୍ତି ଏହାର ତଦନ୍ତ କରାଯିବା ସହିତ କାମ ବନ୍ଦ କରିବାକୁ ନୋଟିସ ଜାରି କରାଯାଇଛି । ଏହା ପରେ କାମ କରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l



More Stories
ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।