ଚିଲିକା :ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟବର୍ତ୍ତୀ ଭୀମପୁର ଗ୍ରାମ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାନାମ୍ଵର ସରକାରୀ ହାଇ ସ୍କୁଲର ପୂର୍ବତନ ଆଦର୍ଶ ପ୍ରଧାନଶିକ୍ଷକ ସ୍ଵର୍ଗତ ଲଡୁକେଶ୍ଵର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ଗ୍ରାମର ଅନନ୍ତ ସ୍ଵାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଆନନ୍ଦ ଚନ୍ଦ୍ରସେନାପତି,ନନ୍ଦ କିଶୋର ମିଶ୍ର, ଦୁର୍ଗାଚରଣ ଦାଶ , ମଧୁସୂଦନ ନନ୍ଦ ବିଭୂତି ଭୂଷଣ ନନ୍ଦ, ଅଧ୍ୟାପକ ପାର୍ଥସାରଥୀ ସାମନ୍ତରା, ଜୟନ୍ତ ମିଶ୍ର, ଗଣେଶ୍ଵର ମୁଦୁଲି,ବିରେନ୍ଦ୍ର କୁମାର ତ୍ରିପାଠୀ, ମାଧବ ଚନ୍ଦ୍ରବାରିକୀ, ବୈରାଗୀ ଚରଣ ବେହେରା, ଅଶୋକ ନନ୍ଦ, ଲକ୍ଷ୍ମୀଧର ସାହୁ ,

ରାସବିହାରୀ ସାହୁ, ସୁକାନ୍ତ ଜେନା,ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସାହୁଙ୍କ ଶିକ୍ଷକତା ଜୀବନର ଆଦର୍ଶ ଗୁଣାବଳୀ ସଂପର୍କରେ ଆଲୋକପାତ କରି ବାନାମ୍ଵର ହାଇ ସ୍କୁଲ ଗଠନରେ ତାଙ୍କ ପ୍ରମୁଖ ଅବଦାନ ଚିରକାଳ ବାଣପୁର ଇତିହାସରେ ଲିପିବଦ୍ଧ ହୋଇ ରହିଥିବ ବୋଲି ପ୍ରକାଶ କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଗୀତଜ୍ଞ ପ୍ରଦୀପ କୁମାର ନନ୍ଦ, ଓ ସାଥୀ ଭଜନ ପରିବେଷଣ କରିଥିବାବେଳେ ପୁତ୍ର ଅଜିତ କୁମାର ସାହୁ ଧନ୍ୟବାଦାର୍ପଣ କରିଥିଲେ ।


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l