କପିଳେଶ୍ଵର ସିଂହଙ୍କ ରିପୋର୍ଟ
ଖୋର୍ଦ୍ଧାଜିଲ୍ଲା ନିରାକାରପୁର ବଡ଼ବଜାରର ସନ୍ନିକଟଠାରେ ୫୪ ଫୁଟର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି।ଆଜି ମନ୍ଦିରର ପ୍ରତିଷ୍ଠା ଦିବସ।ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ।ଆଜି ପ୍ରତିଷ୍ଠା ଦିବସରେ ମନ୍ଦାକିନୀ ନଦୀରୁ ଭକ୍ତ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ କଳସରେ ପାଣିଧରି ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଦେଇ ଜଗନ୍ନାଥ ମନ୍ଦିରକୁ ଆଣିଛନ୍ତି।ମନ୍ଦିରର ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ହୋଇଛନ୍ତି।୫ ଦିନବ୍ୟାପୀ ଜଗନ୍ନାଥମନ୍ଦିର ପ୍ରାଙ୍ଗଣରେ ଦେଵଯଜ୍ଞ ର ଆୟୋଜିତ ହେବ।ଯଜ୍ଞରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୁତନ ମନ୍ଦିରପ୍ରବେଶ ,ରତ୍ନସିଂହାସନ ଆରୋହଣ ପ୍ରାଣପ୍ରତିଷ୍ଠା ଦିଆଯିବ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରପାଶ୍ୱର୍ରେ ମା ମହାଲକ୍ଷ୍ମୀ ,ମା ବିମଳା,

ଶ୍ରୀ ଧବଳେଶ୍ବର ମହାଦେବ ଓ ଶ୍ରୀ ଗଜାନନ ଵିଘ୍ନଵିନାଶନ ମହାରାଜାଙ୍କର ପ୍ରାଣ ପ୍ରତିଷ୍ଠା ଓ ନୁତନ ମନ୍ଦିର ପ୍ରତିଷ୍ଠା କରାଯିବ।ନୁତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ କରାଯିବାପାଇଁ ଅଂଚଳବାସୀ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଲାଗିପଡିଛନ୍ତି।ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁକୃପା ଲାଭକରିବା ପାଇଁ ଅଞ୍ଚଳର ଜଗନ୍ନାଥ ପ୍ରେମୀମାନେ ନିୟୋଜିତ ହୋଇ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରିଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ରିତିନିତୀ ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହେବ ଏବଂ ପ୍ରତ୍ୟେକଦିନ ସଂନ୍ଧ୍ୟାରେ ନାମସଂକିର୍ତ୍ତନ ଭଜନ କିର୍ତ୍ତନ କାଯ୍ୟକ୍ରମ ହେବାର ଯୋଜନାପ୍ରସ୍ତୁତ ହୋଇଥିବା ଜଣାପଡିଛି।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l