ବାଣପୁର କୁମାରଙ୍ଗ ପଞ୍ଚୟତ ଏକଡାଳିଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ଏକଡାଳିଆ ଗ୍ରାମର ସ୍ବର୍ଗତ ମୋଚିରାମ ଦଳବେହେରାଙ୍କ ପତ୍ନୀ ବୟସ ସତlବନ ଇଛା ଦେଇ କୌଣସି କାରଣବଶତଃ ନିଜ ବାରିପଟକୁ ଯାଇଥିଲେ l ଅଚାନକ ଗୋଡ଼ ଖସିଯିବାରୁ କୂଅ ଭିତରେ ପଡିଗଲେ l ଘର ଲୋକ ବାଣପୁର ଅଗ୍ନିଶମ ବାହିନୀକୁ ସଙ୍ଗେ ସଂଗେ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଆସି ପହଂଚି ଉଦ୍ଧାର କରିଥିଲେ କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା l
More Stories
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର
ବୋଲଗଡ଼ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଯୁବ ବ୍ୟବସାୟୀ ଗଣେଶଙ୍କ ହୃଦଘାତରେ ପରଲୋକ ।