ଖୋର୍ଦ୍ଧା ଟାଙ୍ଗୀ: କିଛି ଦିନର ନୀରବତା ପରେ ପୁଣି ପଥର ମାଫିଆ ହେଲେ ସକ୍ରିୟ। ରାତିରେ କାଟି ନେଉଛନ୍ତି ଶହ ଶହ ଟ୍ରିପ୍ ମାଙ୍କଡା ପଥର।ଫଳରେ ହାନି ହେଉଛି ରାଜସ୍ୱ।ଲୋକେ ହେଉଛନ୍ତି ହନ୍ତ ସନ୍ତ।ଏନେଇ ଲୋକେ ଜଣାଇବା ପରେ ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ.4 ଟି ମାଙ୍କଡା ପଥର ବୋଝେଇ ଗାଡିକୁ ଟାଗିଂ ଥାନା ଧରିବା ସହିତ ନାଚୁଣୀ ଥାନା ଦୁଇଟି ଗାଡି ଜବତ କରିବାରେ ସକ୍ଷମ ହୋଇଛି ।ଖୋର୍ଦ୍ଧା ଓ ନୟାଗଡ ଜିଲାର ସୀମାରେ ଥିବା ଶହ ଶହ ଏକର ଜମିରେ ପଥର ମାଫିଆ ମାନେ ଖଣି କରି କାଟି ନେଉଛନ୍ତି ମାଙ୍କଡା ପଥର। ଗତ କିଛି ଦିନ ତଳେ ରଣପୁର ତହସିଲ ପ୍ରଶାସନ ବେଆଇନ ଖଣିରେ ଚଢାଉ କରି ବହୁ ପଥର ଟ୍ରକ୍ ଜବତ କରିଥିଲେ।ଫଳରେ ପ୍ରଶାସନ ଭୟରେ ମାଫିଆ ମାନେ ଖଣି ଖୋଳିବା ବନ୍ଦ କରି ଦେଇଥିଲେ। ତେବେ ପ୍ରଶାସନ ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମାଫିଆମାନେ ପୁଣି ଆରମ୍ଭ କରିଥିଲେ ଚୋରା କାରବାର। ପୋଲିସ୍ ଖବର ପାଇ ନରମାନବୀ ନିକଟରେ ଚଢାଉ କରି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିଛି ପୋଲିସର.ଚଢ଼ାଉସମୟରେ ମାଫିଆ ମାନେ ଦେଇଛନ୍ତି ଛତ୍ରଭଙ୍ଗ !!

More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।