ଧର୍ମଗଡ ବ୍ଲକ୍ ବେହେରା ଲକ୍ଷୀରାମ ଅଗ୍ରୱାଲ କଲେଜ ଠାରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଭୁବନେଶ୍ବର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେଶନ ମିଳିତ ଆନୁକୁଲ୍ୟରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୩ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଦଣ୍ଡପାଟ ଅଞ୍ଚଳର ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା । ସଂଗଠନ ସଭାପତି ଭବେଶ ଗଇନ୍ତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଡଃ ବିଜୟ କୁମାର ମିଶ୍ର ,ମୁଖ୍ୟ ବକ୍ତା ଭାବେ ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ,ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ, ଲଖିରାମ ଅଗ୍ରୱାଲ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ବେହେରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୂପେନ୍ଦ୍ର ବାଣୁଆ,ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ, ଅବସର ପ୍ରାପ୍ତ ଶିକ୍ଷକ ଭକ୍ତଚରଣ ଭୋଇ , ମାରୱାଡି ମହିଳା ସମିତି ଅଧ୍ୟକ୍ଷା ସୁଶୀଳା ଅଗ୍ରୱାଲ ,ସୁଚିତ୍ରା ଗୋପାଳ ପ୍ରମୁଖ ଯୋଗ ଦେଇ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ କଠିନ ଅଧ୍ୟବସାୟ କରି ଅଞ୍ଚଳ ତଥା ଦେଶର ନାମ ରଖିବା ପାଇଁ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ +୨ ବାଣିଜ୍ୟ ରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଦୁଇ ମେଧାବୀ ବିଦ୍ୟାର୍ଥୀ ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ ଓ ସମ୍ମାନୀତ କରାଯାଇଥିଲା । ବାଣିଜ୍ୟରେ ତନିଶା ବଂଶଲ୍ ଜିଲ୍ଲା ଟପ୍ପର ଓ ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ଜୟନ୍ତପୂର୍ ପଂଚାୟତ ରଇନଗୁଡା ଗ୍ରାମର ଢୋଲେନ୍ଦ୍ର ଦୁରିଆ ନବରଙ୍ଗପୁର ଜିଲ୍ଲା ଟପ୍ପର ହୋଇଛନ୍ତି । ତା ସହ ମାଟ୍ରିକ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଦଣ୍ଡପାଟ ଅଞ୍ଚଳର ୧୪ଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସୁରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗଠନ ସଂଯୋଜକ ରଜତ ବଂଶଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଂଗଠନ ସଦସ୍ୟ ଟ୍ରିଲୋକ ନାଥ ସିଂ, କ୍ଷୀର ସିନ୍ଧୁ ବାଣୁଆ,ରୀଙ୍କୁ ବିଶି, ଭୁଜବଳ ନାଏକ,ସୁଶିଲ ନାଗ ରୁପେଶ ନାଏକ, ଟିକେଶ୍ୱର୍ ଭୋଇ ଓ ସଂଗଠନ ସମସ୍ତ ସଦସ୍ୟ ସହଯୋଗ କରିଥିଲେ!!


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।