ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ତା :26/07/23 କିଛି ଦିନପୂର୍ବରୁ ସ୍କୁଲ ବନ୍ଦ ହେବା ପ୍ରତିବାଦରେ ବିଇଓ ଓ ଉପଜିଲ୍ଲାପାଳ ଅଭିଯୋଗ ଦେବା ପରେ ମଧ୍ୟ କୌଣସି ସୁଫଳ ନ ହେବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ସେହି ସ୍କୁଲ ଦାୟିତ୍ୱରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକ,ବର୍ତ୍ତମାନ ପ୍ରଧାନ ଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ନାମରେ ଥାନାର ଅଭିଯୋଗ ଦେଲେ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଅନ୍ତର୍ଗତ ଡଡ଼କଙ୍ଗିଆ ପଞ୍ଚାୟତ କଡ଼ଗାବାଲି ଗ୍ରାମରେ ।ଥରେ ଭାବି ଦେଖନ୍ତୁ ପାଠ ପଢିବା ସମୟରେ ଛୋଟ କୁନି କୁନି ଛାତ୍ର ଛାତ୍ରୀ ଥାନାର ଦ୍ୱାରସ୍ତ ହୋବା ସହିତ ବର୍ଷାକୁ ଖାତିର ନକରି ସ୍କୁଲ ସମୁଖରେ ଧାରଣା ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅତି ଦୁଃଖର କଥା କୁନି ଛାତ୍ର ଛାତ୍ରୀ ମାନେ ନିଜ ପ୍ରତିକ୍ରିୟା ରେ ସ୍କୁଲ ପୁଣି ଖୋଲାଯାଉ ବୋଲି ସ୍ଥାନୀୟ ପ୍ରଶାସନ ବାରମ୍ବାର ଲିଖିତ ଅଭିଯୋଗ କଲେ ସୁଦ୍ଧା ତାଙ୍କ ଗୁହାରି କେହି ଶୁଣୁନାହାନ୍ତି ।
ସେତିକିରେ ସରିନି ସେହି କଡ଼ଗାବାଲି ସ୍କୁଲର ଘଟଣା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପାତ୍ର ଥିବା ସମୟରେ ସ୍କୁଲ 2019 ମସିହାରେ ବନ୍ଦ ହେଇଥିଲା କିନ୍ତୁ ପୁନର୍ବାର 2021 ମସିହାରେ କରନା ମହାମାରୀ ପରେ ପୁଣି ସ୍କୁଲ ଚାଲଥିଲା । ଆଉ ସେ ସମୟରେ ନିରଞ୍ଜିନି ପ୍ରଧାନ ଶିକ୍ଷୟତ୍ରୀ ଓ ମଧୁସ୍ମିତା କଂହର ସହକାରୀ ଶିକ୍ଷୟତ୍ରୀ ଥିବା ବେଳେ 2022 ମସିହାରେ ପରେ ପିଲାଙ୍କୁ ସ୍କୁଲ ଡ୍ରେସ ଦେଇନାହାନ୍ତି କି ପିଲାଙ୍କର ଖାଦ୍ୟ ମଧ୍ୟ ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ଅଭିଭାବିକା ।ବର୍ତ୍ତମାନ ଚାରି ମାସ ହେବ ସେହି ସ୍କୁଲର ଛାତ୍ର ଛାତ୍ରୀ ଶିକ୍ଷା ଓ ସରକାରଙ୍କ ର ସମସ୍ତ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି ।ଦେଖିବାର ବାକି ରହିଲା ସରକାର କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ।
ଶେଷରେ ଅତିଷ୍ଠ ହୋଇ ଗ୍ରାମବାସୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଦେଲେ ।

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l