ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- ତା 11.08.2023 ( ଆମ ଓଡିଶା ଖବର ) କଥାରେ ଅଛି ଦୃତ ଗତି ମହାବିପତ୍ତି, ଆଜି ଦୃତ ଗତିରେ ଗାଡ଼ି ଚଳେଇବା ହେଲା କାଳ l ଅକାଳରେ ଚାଲିଗଲା ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି l ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫଟକି ଗ୍ରାମର ରତନ ବିଶି ନିଜ ବାଇକ ରେ ଝରିଗାଁ – ଦେଓବନ୍ଧ ରାସ୍ତାରେ ଆସୁଥିବା ବେଳେ ଭତାଝର ନିକଟରେ ଥିବା ଏକ ପୋଲ ପାଖରେ ଦୁର୍ଘଟଣା ଯୋଗୁଁ ପଡିଯିବାରୁ. ମୁଣ୍ଡ ଓ ଛାତିରେ ମାଡ ବାଜି ମୁହଁ ରେ ରକ୍ତସ୍ରାବ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ବ୍ଯକ୍ତି ଜଣକ ଫଟକି ଗ୍ରାମର ହୋଇଥିବା ବେଳେ , ଦୁର୍ଘଟଣା ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ମାନେ ଆସି ଉଦ୍ଧାର କରିଥିଲେ , ପରେ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜ୍ଜୁ ହୋଇ ମୃତକର ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।