ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- ତା 11.08.2023 ( ଆମ ଓଡିଶା ଖବର ) କଥାରେ ଅଛି ଦୃତ ଗତି ମହାବିପତ୍ତି, ଆଜି ଦୃତ ଗତିରେ ଗାଡ଼ି ଚଳେଇବା ହେଲା କାଳ l ଅକାଳରେ ଚାଲିଗଲା ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି l ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫଟକି ଗ୍ରାମର ରତନ ବିଶି ନିଜ ବାଇକ ରେ ଝରିଗାଁ – ଦେଓବନ୍ଧ ରାସ୍ତାରେ ଆସୁଥିବା ବେଳେ ଭତାଝର ନିକଟରେ ଥିବା ଏକ ପୋଲ ପାଖରେ ଦୁର୍ଘଟଣା ଯୋଗୁଁ ପଡିଯିବାରୁ. ମୁଣ୍ଡ ଓ ଛାତିରେ ମାଡ ବାଜି ମୁହଁ ରେ ରକ୍ତସ୍ରାବ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ବ୍ଯକ୍ତି ଜଣକ ଫଟକି ଗ୍ରାମର ହୋଇଥିବା ବେଳେ , ଦୁର୍ଘଟଣା ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ମାନେ ଆସି ଉଦ୍ଧାର କରିଥିଲେ , ପରେ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜ୍ଜୁ ହୋଇ ମୃତକର ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |