ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି- ତା 25.08 (ଆମ ଓଡିଶା ଖବର ) ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶାର ଉପଦେଷ୍ଟା ପ୍ରଦୀପ ମାଝୀ ଙ୍କୁ ଆଜି ପାନାବେଡା ଡମ୍ବ ସମାଜ ତରଫରୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଅଞ୍ଚଳରେ ରହୁଥିବା ଡମ୍ବ ସମ୍ପ୍ରଦାୟର ଲୋକମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଚନ୍ଦାହାଣ୍ଡି ଠାକୁରାଣୀ ମନ୍ଦିର ଠାରୁ ପ୍ରଦୀପ ମାଝୀ ଙ୍କୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ l
ପରେ ପାନାବେଡା ଡମ୍ବ ସମାଜ ସଭାପତି ନରେଶ୍ୱର ବେଶ୍ରା ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ ହୋଇଥିଲା l ଉକ୍ତ ସଭାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଉପଦେଷ୍ଟା ପ୍ରଦୀପ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧକ୍ଷା ଭାନୁମତି ପୂଜାରୀ , ଅନୁସୂଚିତ ଜାତି ମୂଳନିବାସୀ ବ୍ଲକ୍ ସଭାପତି ପୀତାମ୍ବର ସୋରୀ , ଅଖିଳ ଭତ୍ରା, ଗଣ୍ଡ ସମାଜ ସଭାପତି ଯଦୁନାଥ ପୂଜାରୀ, ସୁମିତ୍ ପୂଜାରୀ, ଅକାଳୁ ଜାଲି, ଭରତ ବାଘ, ଭତ୍ରା ସମାଜ ର କେଶବ ନାୟକ, କୁଳପତି କାମଦେବ ଜଗତ, ପ୍ରଫୁଲ୍ଲ ପାଣ୍ଡେ, ପ୍ରେମା ପାଣ୍ଡେ, ମିଟୁ ଦାସ, ମୁଖ୍ୟବକ୍ତାଭାବେ ଆଇନ ଜୀବି କ୍ଷେମରାଜ ବାଘ, ବନଜରା ସମାଜ ସମାଜ ସେବୀ କେଶବ ନାୟକ, ସୁଷେଣ ଟାକ୍ରୀ, ଗଗନେଶ୍ୱର ଚୌହାନ, ବରିଷ୍ଠ ସମାଜସେବୀ ଶେଷମଳ ହରପାଲ, ଚନ୍ଦାହାଣ୍ଡି ସମିତି ସଭ୍ୟ ପୌରଷ ମାଝୀ, ପ୍ରମୁଖ ମଞ୍ଚାସୀନ ଥିଲେ l
ମଞ୍ଚାସୀନ ଅତିଥିବୃନ୍ଦ ସର୍ବପ୍ରଥମେ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପୂର୍ବକ ପୁଷ୍ପ ତଣ୍ଡୁଳ ଅର୍ପଣ କରି ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ l ତେବେ ପାନାବେଡା ଡମ୍ବ ସମାଜ ତରଫରୁ ସମାଜ ର ସାମଗ୍ରିକ ବିକାଶ ତଥା ଉତଥାନ ପାଇଁ 5 ଦଫା ଦାବୀ ପୁରଣ ନେଇ ମୂଳ ନିବାସୀ ଅନୁସୂଚିତ ଜାତି ବ୍ଲକ୍ ସଭାପତି ସମାଜ ତରଫରୁ ଉପସ୍ଥାପନ କରିଥିଲେ l ଦାବୀ ମଧ୍ୟରେ ଡମ୍ବ ଜାତି କୁ ଆଦିବାସୀ ମାନ୍ୟତା ଦେବା, ଡମ୍ବ ଜାତି କୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରେ ଅନ୍ତର୍ଭୁକ୍ତ କରିବା , ଏସ଼୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ରେ 33 % ନାମ ଲେଖାରେ ଅଗ୍ରାଧିକାର, ଜିଲ୍ଲାର ଅନନ୍ୟ ଏକ ବିଧାନସଭା ରେ ଅନୁସୂଚିତ ଜାତି ପାଇଁ ସ୍ଥାନ ସଂରକ୍ଷଣ ଓ ପଞ୍ଚାୟତିରାଜ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ସଂରକ୍ଷଣ ଏବଂ ପାନାବେଡା ଡମ୍ବ ସମାଜ, ଚନ୍ଦାହାଣ୍ଡି ର ଏକ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ପାଣ୍ଠି ପ୍ରଦାନ ପାଇଁ ସାମଗ୍ରିକ ଭାବେ ଦାବୀ ଉପସ୍ଥାପନ କରାଯାଇଥିଲା l
ତେବେ ଆଜିର ଏହି କାର୍ଯ୍ୟକ୍ରମର ଶେଷରେ ସମାଜସେବୀ ଜଗଦୀଶ ବାଘ, ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସମାଜର ସମ୍ପାଦକ ସନ୍ତୋଷ କୁମାର ଟାକ୍ରୀ ପରିଚାଳନା କରି ଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, ଟଙ୍କଧର ବାଘ, ଜଗବନ୍ଧୁ ନିଆଲ, ଗୌତମ କଚିମ , କୃଷ୍ଣ ବାଘ, ମାନସିଂହ ଚୌହାନ, ମୁରଲୀ ସାଗର, ବୃନ୍ଦାବନ ବାଘ, ବଂଶୀଧର ଖମାରୀ , ହେମ ପ୍ରସାଦ ବାଘ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ତେବେ ମୁଖ୍ୟ ଅତିଥି ପ୍ରଦୀପ ମାଝୀ ସମାଜ ପକ୍ଷରୁ କରାଯାଇଥିବା ଦାବୀ ସମୂହ କୁ ଅତିଶୀଘ୍ର ପୂରଣ କରିବା ପାଇଁ ନିଜ ବକ୍ତବ୍ୟରେ ପରିପ୍ରକାଶ କରିବା ସହ ପାନାବେଡା ଡମ୍ବ ସମାଜ ତରଫରୁ ଦିଆଯାଇଥିବା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ରେ ଭାବ ବିହ୍ଵଳ ହୋଇ କୋହ ସମ୍ଭାଳି ନପାରି ପାନାବେଡା ଡମ୍ବ ସମାଜ ତରଫରୁ ଦିଆଯାଇଥିବା ସ୍ଵାଗତ ସମ୍ବର୍ଦ୍ଧନା, ସ୍ନେହଭରା ସୌହାର୍ଦ୍ଦ୍ୟ ର ପ୍ରେମଭାବ ବନ୍ଧନର ସ୍ଵାଗତ କାର୍ଯ୍ୟକ୍ରମ ପାଇଁ ମୁଁ ଆଜି ଚିର ରୁଣି ବୋଲି କହିଥିଲେ l
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l