ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି,02/09(ଆମ ଓଡିଶା ଖବର ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଖବର ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେବିଡି ଗ୍ରାମର ରାୟଧର ଭୋଇ ଙ୍କ ସ୍ତ୍ରୀ ବସୁଲା ଭୋଇ (35) ଅନେକ ଦିନରୁ କିଡ଼ନୀ ଓ ଲିଭର ରୋଗରେ ଆକ୍ରାନ୍ତ ହୋଇଛନ୍ତି ଆଜି ତାଙ୍କୁ ତାଙ୍କ ପରିବାର ଲୋକେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ନିମନ୍ତେ ନେଇ ଭର୍ତ୍ତି କରିଥିବା ବେଳେ ବଶୁଲା ଭୋଇଙ୍କୁ ବି +ପଜିଟିଭ ରକ୍ତ ଦରକାର ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ଏହି ଖବର ପାଇବା ପରେ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁରିଆ ଗ୍ରାମର ଜଣେ ସମାଜ ସେବି ନିଜ ଖର୍ଚ୍ଚରେ ଧର୍ମଗଡ଼ ପହଞ୍ଚି ବସୁଲା ଭୋଇଙ୍କୁ ରକ୍ତ ଦେଇଥିଲେ | ଜଣେ ଗରୀବ ନିରୀହ ଆଦିବାସୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇ ଥିବାରୁ ଲୋକେଶ ସମରଥ ଙ୍କ ଏପରି ମହତ କାର୍ଯ୍ୟକୁ ଚନ୍ଦାହାଣ୍ଡି ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି |


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l