ରିପୋର୍ଟ -ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା: ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରାଉରକେଲା ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩ ,ରାଉରକେଲା ପରିସରରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାନେତ୍ରୀ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯିବା ପରେ ବାଲେଶ୍ଵର ରେଳ ଦୃଘଟାନରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ଥିଲା
ଏବଂ ଦିବଗନ୍ତ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା କିଶନ ପ୍ରସାଦ ସାହୁ, ମୂରଲୀଧର ଗୋଏଲ, ବିପିନ ବିହାରୀ ଶତପଥୀ, ଅନାଦି ଚରଣ ଦାସ, ନିରଞ୍ଜନ ରାଉତ, ଏନ. ବି. ରାୟ, ତପନ କୁମାର ସ୍ବାଇଁ, ଅରୁଣ କୁମାର ଲେଙ୍କା, ଦେବରାଜ ସେନାପତି, ସନ୍ତୋଷ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ସଭା ନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହିତ ବିଜେପି କୁ ବ୍ୟାପକ ଓ ଶକ୍ତି ଶାଳୀ କରିବାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନଙ୍କ ଚେଷ୍ଟା ଓ ନିରନ୍ତର ପ୍ରୟାସର ଫଳବୋଲି ପ୍ରକାଶ କହି ଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ୟୋଗୀ ତଥା ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା କେରକେଟା, ପ୍ରମିଳା ଦାସ ଓ ନିହାର ରାୟ, ବରିଷ୍ଠ ଓ ପ୍ରତିଷ୍ଠାତା ସଦସ୍ୟ ନାଗର ମଲ୍ଲ ପୋଦର୍, ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ବାଲଗୋପଲ୍ ମହାପାତ୍ର, ବରିଷ୍ଠ ନେତା ନୃସିଂହ ଚରଣ ଜେନା, ରାଜେନ୍ଦ୍ର ସାହୁ ନିଜ ବକ୍ତବ୍ୟରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଅବଦାନ ଉପରେ ଆଲୋକପାତ କରିବା ସହିତ ମୋଦୀ ସରକାରଙ୍କର ୯ ବର୍ଷ ଭିତରେ ହୋଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ ସହିତ ବିବିଧ ଜନହିତକାରୀ ଯୋଜନା ଉପରେ ଚର୍ଚ୍ଚା କରିଥିଲେ। ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କ ଓଜୋସ୍ଵିନି ଭାଷଣରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଯୋଜନା ଓ ନେଇଥିବା ପଦକ୍ଷେପ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ ଏବଂ କବିତା ଆବୃତ୍ତି କରି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉଛାହ ବଢାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଉତ୍ତମ ଅଗ୍ରୱାଲ, ମୁରଲୀ ଗୌଡ଼, ଦୋଳଗୋବିନ୍ଦ ଦାସ, ପ୍ରକାଶ ପାଣିଗ୍ରାହୀ, ଅଶୋକ ହାଲୱାଇ, ବିଷ୍ଣୁ ସେଠୀ, ଅକ୍ଷୟ କୁମାର ଦାଶ, ପ୍ରଣତାପ ଦାସ, ଜଗବନ୍ଧୁ ସାହୁ, ହୃଦାନନ୍ଦ ମହାକୁଡ, ଲୀନା ନାଇଡୁ, ଅଞ୍ଜଳୀ ମହାରଣା, ରାଜକୁମାର ସାହା, ଲକ୍ଷ୍ମୀ ନାରାୟଣ, ଆନନ୍ଦ ବେହେରା, ସୁମିତ୍ରା ଜଗଦଲା, ସଂଜିତ କୁମାର ସାହୁ, ତ୍ରୈଲୋକ୍ୟନାଥ ଶୁକ୍ଳା, ରମାକାନ୍ତ ପାଣ୍ଡେ, ରାମ ସ୍ୱରୂପ ସା, ଭୋଳା ପ୍ରସାଦ ଆଦିଙ୍କୁ ସମ୍ମାନିତ କରାଯାଇଥିଲା ଓ ସେମାନେ ନିଜର ସାଂଗଠାନିକ ଅନୁଭୂତି ପ୍ରକାଶ କରିଥିଲେ ଯାହା ଯୁବ ପିଢ଼ି ଉଚ୍ଛାହିତ ହୋଇଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ । ସହଯୋଗ କରୁଥିଲେ ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଜେନା ଏବଂ ଧନ୍ୟ ବାଦ ଦେଇଥିଲେ ପୂର୍ବତନ ମଣ୍ଡଳ ସଭାପତି କେଦାର ମହାନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।
More Stories
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l
ଚିଲିକା:ସ୍ୱାଧୀନ ପାର୍ଥୀ ମନ୍ମଥ କୁମାର ସିଂ ଙ୍କର ପ୍ରଚାର l