ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ସୁନ୍ଦରଗଡ଼ର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଆରଏମସି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଡାକ୍ତର ଶୁଭଙ୍କର ମହାପାତ୍ର ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଥିଲେ। ଏହି ଅବସରରେ ସେ କହିଥିଲେ ଯେ ସମାଜର ସବୁ ବର୍ଗର ଲୋକ ମାନେ ସହଯୋଗ କଲେ ହିଁ ଶିଶୁ ଶ୍ରମିକମାନଙ୍କୁ ଦୂର କରାଯାଇ ପାରିବ। ସେ କହିଥିଲେ ଯେ ଶ୍ରମ ବିଭାଗ ଦ୍ବାରା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପରେ ତାଙ୍କ ର ଥଇଥାନ କରିବା ନିତାନ୍ତ ଜରୁରୀ। ସେମାନଙ୍କ ପାଇଁ ଆମକୁ ଉଚିତ୍ ଶିକ୍ଷା, ରହିବାର ବ୍ୟବସ୍ଥା କରିବାର ଆବଶ୍ଯକ ତା ରହିଛି। ଏହା ଦ୍ବାରା ସେମାନେ ଆଉଥରେ ସେ ପଥକୁ ଅନୁସରଣ କରିବେ ନାହିଁ।

ସେଥିପାଇଁ ତାଙ୍କର ଉଚିତ୍ ଥଇଥାନ କରାଯିବା ଉଚିତ୍। ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଚାମ୍ବର ଅଫ କାମର୍ସ ର ସଭାପତି ସୁନିଲ କୟାଲ ସି ଡବ୍ଲୁ ସି ର ଅଧ୍ଯକ୍ଷ ନନ୍ଦ ଲାଲ ନାୟକ, ହୋଟେଲ ଏସୋସିଏସନ , ରାଉରକେଲା ର ଅଧ୍ଯକ୍ଷ ଶ୍ୟାମ ଲାଲ ଗୁପ୍ତା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ନିଜ ନିଜ କ୍ଷେତ୍ରରେ ଶିଶୁ ଶ୍ରମିକ ନିରାକରଣ ପାଇଁ ପଦକ୍ଷେପ ନେବା ସହିତ ପ୍ରଶାସନ କୁ ସହଯୋଗ କରିବା ଉପରେ ସହମତି ପ୍ରଦାନ କରିଥିଲେ।
ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଦିବ୍ୟଜ୍ୟୋତି ନାୟକ ଶିଶୁ ଓ କିଶୋର ଶ୍ରମ ଆକ୍ଟ ୧୯୮୬ ବିଷୟରେ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ନିରାକରଣ ସହିତ ଜଡିତ ବିଭିନ୍ନ ବିଭାଗ ର ଅଧିକାରୀ, ଚାଇଲ୍ଡ ଲାଇନ, ଏନଜିଓ ସଂସ୍ଥା ର ସଦସ୍ଯ ଉପସ୍ଥିତ ଥିଲେ। ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ ରଂଜନ ଜେନା ସଭାର ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲାର ରେ ଜୁନ ୧ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l