ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା, ୨୬/୬/୨୦୨୩: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୯୯ ଟି ଅଭିଯୋଗ ଆସିଥିଲା।ସେଥିମଧ୍ୟରୁ ୫୬ ଟି ବ୍ୟକ୍ତିଗତ ସମସ୍ୟା ଥିଲାବେଳେ ୪୩ ଗୋଟି ସାମୁହିକ ସମସ୍ୟା ଥିଲା। ସେଥିମଧ୍ୟରୁ ୨୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ବିଚାର କରାଯାଇ ଆଶୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାଜନ ନିର୍ଦ୍ଦେଶ ଦେଇଥିଲେ।
କୁଆରମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଥିମଧ୍ୟରେ ରହିଥିଲା ସ୍ଥାନୀୟ କଳକାରଖାନା ରେ ରୋଜଗାର ପ୍ରଦାନ, ଆବାସ ଯୋଜନା ଅଧୀନରେ ଘର,ଜମି ଜାଗା, ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି ଏବଂ ସ୍କୁଲ ଆଦି ସମସ୍ୟା।

ଏହି ଅବସରରେ ୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏବଂ ଜଣେ ବ୍ଯକ୍ତି ଙ୍କୁ ରେଡକ୍ରସ ତରଫରୁ ଆଥିର୍କ ସହାୟତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ ଏବଂ କୁଆରମୁଣ୍ଡା ବିଡିଓ କୁଆରମୁଣ୍ଡା ବିଡିଓ ତୃପ୍ତି ବରାଇ ଙ୍କ ସମେତ ବିଭିନ୍ନ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ