ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଗଠିତ ଟାଙ୍ଗୀ ମିଡ଼ିଆ ସେବା ସଂଘ ସଭାପତି ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସାମ୍ବାଦିକ ସଂଘ ର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ସମ୍ପାଦକ ସନ୍ତୋଷ ଚୈ।ଧୁରୀ , ସହ-ସମ୍ପାଦକ କାହ୍ନୁ ଚରଣ ବେହେରା , ବିଜୟ ବାହୁବଳେନ୍ଦ୍ର , ରମେଶ ଚନ୍ଦ୍ର ବେହେରା , ଆଲୋକ ମହାରଣା , ଯୋଗେନ୍ଦ୍ର ରାମ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସାମ୍ବାଦିକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆମ ତ୍ରିରଙ୍ଗା ଆମ ଗର୍ବ। ତ୍ରିରଙ୍ଗା ପତାକା ହେଉଛି ଆମ ଭାରତବାସୀ ଙ୍କ ଅସ୍ମିତା, ଦେଶପ୍ରୀତି, ପରିଚୟ, ସ୍ବାଭିମାନ ର ବଳିଷ୍ଠ ପ୍ରତୀକ।ତ୍ୟାଗ, ବୀରତ୍ଵ, ବଳିଦାନ ଓ ସ୍ୱାଭିମାନ ର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗା। ଅସରନ୍ତି କଥା ଓ ଗାଥା ର ସମାହାର ହେଉଛି ଆମ ଜାତୀୟ ପତାକା। ଭାରତୀୟ ଭାବେ ଆମ ଙ୍କୁ ସାରା ବିଶ୍ବ ରେ ଗର୍ବିତ କରାଉଥିବା
ଏହି ମହାନ ତ୍ରିରଙ୍ଗା କୁ ଆମ ର କୋଟି କୋଟି ସଲାମ । ଭାରତ ମାତା କି ଜୟ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଠିକ୍ ସେହିପରି ଅବସରପ୍ରାପ୍ତ ପୂର୍ବତନ ସେନାନୀ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଟାଙ୍ଗୀ ବିଜେପି କାର୍ଯ୍ୟାଳୟ ରେ ସାଂସଦ ଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରା , ଟାଙ୍ଗୀ ଥାନା ରେ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଏବଂ ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ-ବେସରକାରୀ ଶିକ୍ଷା ଅନୁଷ୍ଠାନ , ବାଣିଜ୍ୟ ପ୍ରତିଷ୍ଠାନ , ବିଭିନ୍ନ ସଂଘ କାର୍ଯ୍ୟାଳୟ ରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l