ବୁୟୁରୋ ରିପୋର୍ଟ
ବାଲୁଗାଁ – ଅଗଷ୍ଟ ମାସ ୯ ତାରିଖ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଓ ଯୁବ ରେଡ କ୍ରସ ଓ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶିକ୍ଷାର୍ଥୀମାନଙ୍କ ଆନୁକୂଲ୍ୟରେ ପାଳିତ ହୋଇଯାଇଛି, ମେରି ମାଟି ମେରା ଦେଶ, ହର ଘର ତ୍ରିରଙ୍ଗା ଓ ସ୍ୱାଧିନତା ଦିବସ l ଅଗଷ୍ଟ ୯ ତାରିଖରୁ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଦେଶଆତ୍ମାବୋଧକ ସଂଗୀତ, ବାଗ୍ମୀତା,ରଚନା ଓ କଳାତ୍ମକ ପରିପ୍ରକାଶ ର ପ୍ରତିଯୋଗିତା ଗୁଡିକ ଉଦ୍ଦୀପନା ଓ ଉର୍ସାହର ସହିତ ଅନୁଷ୍ଠିତ ହୋଇଥିଲା l

ଉକ୍ତ ପ୍ରତିଯୋଗିତାର ପ୍ରଜ୍ଞାସ୍ମିତା ସାହୁ,ଆଲୋକ କୁମାର ବେହେରା, ସଂଗ୍ରାମ କେଶରୀ ବେହେରା, ସ୍ମୁତିଶିଖା ସାମନ୍ତରାୟ, ପ୍ରମୁଖ କୃତିତ୍ୱ ଅର୍ଜନ କରି ସ୍ୱାଧୀନତା ଦିବସ ସମାରୋହରେ ପୁରସ୍କୃତ ହୋଇଥିଲେ l ଏହି ସ୍ୱାଧୀନତା ଦିବସ ଅବସରରେ ଶିକ୍ଷାର୍ଥୀ ଓ ସ୍ବେଛାସେବୀ ମାନେ ସକାଳ ୭ରୁ ତ୍ରିରଙ୍ଗା ଯାତ୍ରା ସହିତ ପ୍ରଭାତଫେରି ଅଂଶ ଗ୍ରହଣ କରି ବାଲୁଗାଁ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହା ପରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତି କଳ୍ପନା ଦାସ ସମର ଶିକ୍ଷାର୍ଥୀ ବାହିନୀ ର ଅଭିବାଦନ ଗ୍ରହଣ କରି କ୍ୟାଡେଟ ଓ ସ୍ବେଛାସେବୀ ମାନଙ୍କୁ ସ୍ୱାଧୀନତାର ସୁଫଳ ନିମନ୍ତେ ଯୁବଗୋଷ୍ଠୀର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ NCC କ୍ୟାଡେଟ, ସ୍ଵେଚ୍ଛାସେବୀ ମାନେ ୭୭ ଟି ବୃକ୍ଷ ରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ଯୁକ୍ତଦୁଇ ର ଅଧ୍ୟକ୍ଷା ଜୟନ୍ତୀ ସାମଲ, ଡଃ କୈଳାସ ଚନ୍ଦ୍ର ମହାରଣା ,NSS କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ,NCC ଅଫିସର ଡଃ ଅକ୍ଷୟ କୁମାର ମିଶ୍ର,YRC କାଉନସେଲର ମନସ୍ଵିନୀ ପଟ୍ଟନାୟକ, ଧୋବୀ ଚରଣ ପରିଡା, କୀର୍ତ୍ତିମୟୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ।ସ୍ୱାଧୀନତା ଦିବସ ସମାରୋହରେ ସବୁଠୁଁ ଆକର୍ଷଣୀୟ ଥିଲା ଅଧ୍ୟାପକ ଅଧ୍ୟାପିକା ମାନଙ୍କର ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଦେଶମାତୃକାକୁ ସମ୍ମାନ ଜଣାଇବା l ନିଜ ମାଟିର ପାରମ୍ପରିକ ପୋଷାକ ପରିଧାନ କରି ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରିବା ସହ ନିଜ ଦେଶ ପ୍ରତି ସମ୍ମାନ ଜଣାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଅଧ୍ୟାପକ ମାନେ ମତବ୍ୟକ୍ତ କରିଛନ୍ତି l
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l