( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଥିବା ଏକ ଟିମ୍ ବିଶେଷ ସୂତ୍ରରୁ ଖବର ପାଇ ଚଣ୍ଡେଶ୍ୱର ଛକ ଜାତୀୟ ରାଜପଥ ରେ ମୋଟର ଚେକିଂ କରୁଥିବା ବେଳେ ଧରାପଡିଲେ ଜଣେ ଗଞ୍ଜେଇ ବେପାରୀ । ଏହି ଗଞ୍ଜେଇ ବେପାରୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଧୋବା ବନ୍ଧ ଗ୍ରାମର କୃଷ୍ଣ ପ୍ରସାଦ ପ୍ରହରାଜ । କୃଷ୍ଣ ପ୍ରସାଦ ବାଇକ୍ ଯୋଗେ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଥିବା ଛୋଟ-ଛୋଟ ବ୍ୟବସାୟୀ ଙ୍କୁ ଦେଇଥାନ୍ତି , ସେହି ଆଧାରରେ କୃଷ୍ଣ ପ୍ରସାଦ ଙ୍କ ଠାରୁ ଗଞ୍ଜେଇ ଭର୍ତ୍ତି ବସ୍ତା ସହିତ ବାଇକ୍ ଏବଂ ନଗଦ 1 ଲକ୍ଷ 35 ହଜାର ଟଙ୍କା ଜବତ କରିଥିଲା । ପୋଲିସ ଗଞ୍ଜେଇ ବ୍ୟବସାୟୀ କୃଷ୍ଣ ପ୍ରସାଦ ପ୍ରହରାଜ କୁ ଗିରଫ କରିବା ପରେ ତା’ର ବୟାନ ଆଧାରରେ ଟାଙ୍ଗୀ ଥାନା ସୁନ୍ଦରପୁର ଗ୍ରାମର ପ୍ରଫୁଲ୍ଲ ରାଉତ ଙ୍କୁ ଗିରଫ କରିଛି ପୋଲିସ,ଏବଂ ପ୍ରଫୁଲ୍ଲ ଙ୍କର ବାଇକ୍ କୁ ଜବତ କରାଯିବା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l