ଟାଙ୍ଗୀ( ଆମ ଓଡ଼ିଶା ଖବର )ଧରାପଡିଲେ 6 ଜଣ ଆନ୍ତ8 ରାଜ୍ୟ ଗଞ୍ଜେଇ ବେପାରୀ । ଏହି ଗଞ୍ଜେଇ ବେପାରୀ ଙ୍କ ମଧ୍ୟରେ 4 ଯୁବକ ଥିବା ବେଳେ ଜଣେ ମହିଳା ଓ ଜଣେ ଯୁବତୀ ଅଛନ୍ତି । ଏକ ଦାମୀ କାର୍ ଗାଡ଼ିରେ ଗଞ୍ଜାମ ରୁ ଭୁବନେଶ୍ୱର ଚାଲାଣ ହେଉଥିଲା 53 kg ଗଞ୍ଜେଇ । ଧରାପଡିଥିବା ଅଭିଯୁକ୍ତ/ଅଭିଯୁକ୍ତା ଙ୍କ ଠାରୁ ମୋବାଇଲ ଫୋନ୍ ସହିତ ନଗଦ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ଜବତ କରିଛି ଟାଙ୍ଗୀ ପୋଲିସ ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ପକ୍ଷରୁ ଜାତୀୟ ରାଜପଥରେ ଚେକିଂ-ବ୍ଲକିଂ ଚାଲିଥିବା ବେଳେ ଧରାପଡିଲେ ଏହି ଆନ୍ତ8 ଗଞ୍ଜେଇ ବେପାରୀ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ହେବ ବୋଲି SDPO ଅନିଲ କୁମାର ମହାନ୍ତି ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତାମାନେ ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ଦିଗରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଦାମୀ କାର୍ କୁ ଟାଙ୍ଗୀ ପୋଲିସ ପକ୍ଷରୁ ତା’ର କାଗଜପତ୍ର ତନଖି ବେଳେ ଏହି ଗଞ୍ଜେଇ ବେପାରୀ ମାନେ ରଚନା କରିଥିଲେ ନୂଆ ନାଟକ । ଏହି ନାଟକ ଥିଲା ଯେ ମହିଳା ଜଣକ ଶାରୀରିକ ଅସୁସ୍ଥ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ତେଣୁ କାର୍ ରେ ରୋଗୀ ଥିବା ଯୋଗୁଁ ଶୀଘ୍ର ଖସି ପଳାଇବା ପାଇଁ କିଛି ନକଲି କାଗଜପତ୍ର ଦେଖାଇଥିଲେ ମାତ୍ର ଟାଙ୍ଗୀ ପୋଲିସର କିଛି ସନ୍ଦେହ ହୋଇଥିଲା , ଆଉ ତା’ପରେ ସବୁ ମିଛ ନାଟକ ପରିବେଷଣ ଧରାପଡି ଯାଇଥିଲା । ଗିରଫ ଅଭିଯୁକ୍ତ/ଅଭିଯୁକ୍ତା ମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋସେଇଁ-ନୂଆଗାଁ ଗ୍ରାମର ମହିଳା ଅନିତା ପଣ୍ଡା , ବେଗୁନିଆପଡା ଗ୍ରାମର ଶଙ୍କର ପ୍ରଧାନ ଓ ନାରାୟଣ ସାହୁ , ଉତ୍ତମ ସାହୁ , ଖଲିକୋଟ ଥାନା କୈରାସି ଗ୍ରାମର ଅଜୟ ସାହୁ , ବୁଗୁଡା ଥାନା ଗୋଲିଆ ଗ୍ରାମର ଯୁବତୀ ପିଙ୍କୁ ପ୍ରଧାନ ।
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l