ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଏହି ଥାନାରେ ନୂତନ ନିରୀକ୍ଷକ ଭାବେ ସୁଶାନ୍ତ କୁମାର ବେହେରା ଦାଇତ୍ଵ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ନୂତନ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା ନେତୃତ୍ୱରେ ସମ୍ପାଦକ ସନ୍ତୋଷ ଚୈ।ଧୁରୀ , ସହ-ସମ୍ପାଦକ କାହ୍ନୁ ଚରଣ ବେହେରା , ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକ , ମହେଶ ନାୟକ , ବିଜୟ ବାହୁବଳେନ୍ଦ୍ର ପ୍ରମୁଖ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏତଦ୍-ବ୍ୟତୀତ ଟାଙ୍ଗୀ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ନିମିତ୍ତ ଚୋରା ଚାଲାଣ କାରବାର , ବେଆଇନ କାର୍ଯ୍ୟ ଏବଂ ନାରୀ ସୁରକ୍ଷା ପାଇଁ କଡ୍ଡା ଆଭିମୁଖ୍ୟ ଗ୍ରହଣ କରାଯିବା ସହିତ ଅଞ୍ଚଳରେ ଶାନ୍ତ ବାତାବରଣ ପାଇଁ ଟାଙ୍ଗୀ ପୋଲିସ ଭାଇଚାର ସମ୍ପର୍କ ସ୍ଥାପନ କରିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା କହିଛନ୍ତି ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l