(କପିଳେଶ୍ଵରସିଂହଙ୍କରିପୋର୍ଟ)
ସ୍ୱାଧିନତାର ଅମୃତ ମହୋତ୍ସବ ପୂର୍ତ୍ତି ଉପଲକ୍ଷେ ଗ୍ରାମ୍ୟ କଲ୍ୟାଣ ସଂଗଠନ ରାମଚଣ୍ଡୀ ଆନୁକୂଲ୍ୟରେ ଦୁର୍ଗାପ୍ରସାଦ ରାମଚଣ୍ଡୀ ଠାରେ ଆଚଂଳିକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ମୂଖ୍ୟ ଅତିଥି ଭାବରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଅଧ୍ୟକ୍ଷା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ,ଅବସରପ୍ରାପ୍ତ ଶିକ୍ଷାବିତ ଲକ୍ଷ୍ମୀଧର ଶ୍ରୀଚନ୍ଦନ,ଶିକ୍ଷାବିତ ଅଧ୍ୟାପକ ପ୍ରାଣେଶ୍ୱର ଜୟସିଂହ,ଶିକ୍ଷାବିତ ସତ୍ୟବାନ ଶ୍ରୀଚନ୍ଦନ,ସମାଜସେବୀ କଣ୍ଡୁରୀଚରଣ ମହାରଣା,ଧଉଳିମୁହଁ ସରପଞ୍ଚ ଶତ୍ରୁଘ୍ନ ବେହେରା,ଓ ସମିତି ସଭ୍ୟ ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ

।ଖୋର୍ଦ୍ଧା ଜିଲ୍ଲା ୩ନମ୍ବର ଯୋଜରେ ଥିବା ପ୍ରଥମ ଶ୍ରଣୀରୁ ୧୦ଶ୍ରେଣୀ ର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର, ଅର୍ଥରାଶି ଓ ଉତ୍ତରୀୟ ପ୍ରଦାନ କରିଥିଲେ।ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ କିଭଳି ନିଜର ଭବିଷ୍ୟତ ଗଢିପାରିବେ ଏବଂ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବେ ସେ ସଂମ୍ପର୍କରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l