ରିପୋର୍ଟ :କପିଳେଶ୍ଵରସିଂହ
ଡେଙ୍ଗୁ ଓ ଚିକେନ୍ ଗୁନିଆ ରୋଗ ପ୍ରତି ସତର୍କ ଓ ସଚେତନତା ନିମନ୍ତେ ଆଜିଏକ ବ୍ଲକ୍ ସ୍ତରୀୟ ମିଳିତସଭା ଟାଙ୍ଗୀ ବ୍ଲକର ସଭାଗୃହ ରେ ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ବ୍ଲକ୍ ଅଧ୍ୟକ୍ଷାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା,ଏହି ସଭାରେ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ନାଥଶର୍ମା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ,ଙ୍କ ସମେତ ବ୍ଲକ୍ ର ସମସ୍ତ ବିଭାଗର ପଦାଧିକାରୀ ଓ ପଦାଧିକାରିଣୀଏବଂ ବ୍ଲକ୍ ର ସ୍ଵାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ବର୍ଷାଦିନେ ମଶାଙ୍କ ଦ୍ଵାରା ଡେଙ୍ଗୁ ଓ ଚିକେନ୍ ଗୁନିଆରେ ଅଧିକାଂଶ ଲୋକେ ଜ୍ବରରେ ପଡ଼ି ଗୁରୁତର ହୋଇଥାନ୍ତି,ତେଣୁ ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କ ମଧ୍ୟରେ ଏହାର ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି କରାଇବା ସହ ଆବଶ୍ୟକ ସଚେତନାତ୍ମକ ପଦକ୍ଷେପ ନେବା ପାଇଁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ଦୃଷ୍ଟି ଦେବାନିମନ୍ତେ ଆଲୋଚନା କରାଯାଇଥିଲା ଓ ଆବଶ୍ୟକ ପଡିଲେ ଏଥିପାଇଁ ବ୍ଲକ୍ ଅଧୀନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ରେ ଜନସାଧାରଣ ଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ପାଇଁ ନିଷ୍ପତ୍ତି ନିଆଯାଇଥିଲା।


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।