ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଆଜି ବନ ମହୋତ୍ସବ ସପ୍ତାହ ପାଳିତ। ଏହି ଅବସରରେ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ ଅନନ୍ତ ଚରଣ ଖଟେଇ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣର ମହତ୍ତ୍ଵ ପିଲା ମାନଙ୍କୁ ବୁଝେଇ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ର ବୃକ୍ଷର ଉପକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଧାନ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ସ୍ୱାଇଁ, ସମସ୍ତ ସଭ୍ୟ ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ବିଦ୍ୟାଳୟର ଶିକ୍ଷକ ଭାଗବତୀ ମିଶ୍ର, ସୁଷମା ଦେଇ, ପ୍ରମିଳା ଦେଇ, ଅପରଜିତା ମିଶ୍ର, ହରଷ ଦାସ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ସଭା ପରିଶେଷରେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବ୍ୟାପକ କରିବା ପାଇଁ ୨୦ ଟି ଚାରା ରୋପଣ କରିବା ପାଇଁ ସମସ୍ତେ ଶଫଥ ଗ୍ରହଣ କରିଥିଲେ l
ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ l

More Stories
ଏକ ଦିବସ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ : ଇଟାମାଟି ଦଳ ଚମ୍ପିୟାନ ।
ବାଲୁଗାଁ ଓଡ଼ିଆର୍ଟ ସେଣ୍ଟର ରେ ପେବୃଆରି ୧୧ ଠାରୁ ୧୪ ପର୍ଯନ୍ତ ହେବ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ l
ଆମ ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ ଓ କମିଟି ଚୟନ।