
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର)/ ଗୁଡାରି ତା:୦୩-୦୭-୨୦୨୫ତାରିଖ ଦିନ ରାୟଗଡ ଜିଲ୍ଲା ଗୁଡାରି ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷର ପ୍ରଥମ ଶିବିର ଗୁଡାରି ବ୍ଲକ ଓ ପୋୖରାଞ୍ଚଳର ଭିନ୍ନକ୍ଷମ ଚିହ୍ନଟ ଓ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ଚିକିତ୍ସା ଓ ଚିହ୍ନଟ କରିଥିଲେ । ଦୃଷ୍ଟିବାଧିତ, ହାତ, ଗୋଡ଼, କାନ ଭଳି ବିଭିନ୍ନ ପ୍ରକାର ଭିନ୍ନକ୍ଷମ ଚିହ୍ନଟ କରି ବିଭିନ୍ନ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରାଙ୍କ ତତ୍ୱାବଧାନରେ ଗୁଡାରି ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସଦାନନ୍ଦ ସାହୁ, ପଦ୍ମପୁର ସାମାଜିକ ସୁରକ୍ଷା ଅଧିକାରୀ ସ୍ନିଗ୍ଧାମୟୀ ବାରିକ, ପିଏ ମନୋଜ ମିଶାଲ, ଅନୀଲ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ ।


ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l