ଧର୍ମଗଡ଼ ବ୍ଲକ୍ ଡୁମେରଗୁଡ଼ା ପଂଚାୟତ ଠାରେ ମଙ୍ଗଳବାର ପଞ୍ଚମ ପର୍ଯ୍ୟାୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୂଚନା ମତେ ଧର୍ମଗଡ ବ୍ଲକ୍ ରେ ସର୍ବମୋଟ ୭୧୨ ଜଣ ନୂତନ ହିତାଧିକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ପଂଚାୟତ ର ୧୨୦ ଜଣ, ୨ ୟ ପର୍ଯ୍ୟାୟ ରେ ୪ଟି ପଂଚାୟତ ରୁ ୧୨୪ଜଣ, ୩ୟ ପର୍ଯ୍ୟାୟରେ ୫ଟି ପଂଚାୟତ ର ୧୧୯ଜଣ,୪ର୍ଥ ପର୍ଯ୍ୟାୟରେ ୬ଟି ପଂଚାୟତ ର ୨୨୫ ଜଣ ଓ ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୪ଟି ପଂଚାୟତ ର ୧୨୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଉପାଧକ୍ଷା ଜୁଲି ମେହେର , ଧର୍ମଗଡ଼ ବ୍ଲକ୍ ବି ଏସ ଏସ ଓ ଦମୟନ୍ତୀ ନାଏକ, ପି ଏ ଦେଵ ଆଚାର୍ଯ୍ୟ, ଦୁମେରଗୁଦା ସରପଂଚ ନଳିନୀ ପ୍ରଭା ବେହେରା ଯୋଗ ଦେଇ ଭତ୍ତା ବଣ୍ଟନ କରିଥିଲେ । ତେବେ ପ୍ରଥମ ଭାବେ ଭତ୍ତା ପାଇ ବେସ ଖୁସି ଥିବା ବେଳେ ଭତ୍ତା ପାଇଁ କିଛି ମାତ୍ରାରେ ନିଜ ଚାହିଦା ପୂରଣ କରିବାରେ ସହାୟତା ହୋଇ ପାରିବ ବୋଲି ହିତାଧିକାରୀ ମାନେ ପ୍ରକାଶ କରିବା ସହ ବ୍ଲକ୍ ଅଧ୍ୟକ୍ଷା ଓ ସଂପୃକ୍ତ ପଂଚାୟତ ର ସରପଂଚ ଙ୍କୁ ପ୍ରଶଂସା କରିଛନ୍ତି ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”