ରିପୋର୍ଟ :-ମୋହନଲାଲ ସୁନାନୀ (ଚନ୍ଦାହାଣ୍ଡି )
ଚନ୍ଦାହାଣ୍ଡି- 25.07.2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ନଳକୂପ ରୁ ମୋଟର ଚୋରି ହୋଇଥିବାର ଅଭିଯୋଗ ହୋଇଛି l ଅଭିଯୋଗ ପ୍ରକାରେ ପ୍ରାଥମିକ ବିଦ୍ୟାଳୟ ରେ ଗ୍ରାମପଞ୍ଚାୟତ ଧୋତିପାଣି ତରଫରୁ ଗତ ଏକ ବର୍ଷ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପିଇବା ପାଣି ସମେତ ଶୌଚ ର ସୁବିଧା ପାଇଁ ମୋଟର ଲଗାଇ ପାଣି ବ୍ୟବହାର କରାଯାଉଥିଲା l ତେବେ ଉକ୍ତ ନଳକୂପର ଲାଗିଥିବା ମୋଟର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କିମ୍ଵା ଗ୍ରାମ ଶିକ୍ଷା ପରିଚାଳନା ସମିତିର ଅଜାଣତରେ କେହିଜଣେ ଜଣେ ନେଇଯାଇଥିଲା ଏହି ଖବର୍ ଚାରିଆଡ଼େ ପ୍ରଚାର ପ୍ରସାର ହେବା ପରେ ଖବର ଟି ଗାଁ ଶିକ୍ଷା କମିଟିର କର୍ଣ୍ଣ ଗୋଚର ହୋଇଥିଲା l ଏହାପରେ ଗାଁ ଶିକ୍ଷା କମିଟି ଉକ୍ତ ଘଟଣା ନେଇ ବିଦ୍ୟାଳୟ ଶିକ୍ଷା କମିଟି ଓ ଗ୍ରାମବାସୀ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ପୂଜାରୀ ଙ୍କୁ ଆମ ବିଦ୍ୟାଳୟର ନଳକୂପରୁ ମୋଟର କିଏ ଚୋରି କରି ନେଇଛି ବୋଲି ଘେରାଉ କରିଥିଲେ l ତେବେ ପ୍ରଧାନ ଶିକ୍ଷକ ଜଣକ କେତେବେଳେ ମରାମତି ପାଇଁ ଦିଆଯାଇଛି ବୋଲି କହୁଥିବା ବେଳେ କେତେବେଳେ ମୁଁ ଜାଣିନାହିଁ କହି ଶେଷରେ ମୋର ଅଜାଣତରେ ଆମ ଡଙ୍ଗରିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ଅଧ୍ୟକ୍ଷ ନୀଳମଣି ଗୌଡ଼ ନେଇଥିବା ନେଇ ଗ୍ରାମବାସୀ ତଥା ଶିକ୍ଷା କମିଟିଙ୍କ ଆଗରେ ପ୍ରକାଶ କରିଥିବା ବେଳେ ପ୍ରଧାନ ଶିକ୍ଷକ ଇତି ପୂର୍ବରୁ ମୋଟର ଟି ମରାମତି ପାଇଁ ଉମରକୋଟ ପଠାଇ ଦିଆଯାଇଛି ବୋଲି କହିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି l ତେବେ ପ୍ରକୃତ ଘଟଣା କଅଣ ରହିଛି ତାହାର ଭିତିରି ରହସ୍ୟ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମହେଶ୍ଵର ଗୌଡ଼ ଜାଣିଛନ୍ତି ବୋଲି ଯେତେବେଳେ ପ୍ରଧାନ ଶିକ୍ଷକ ମାର୍କଣ୍ଡ ପୂଜାରୀ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ, ଏହାପରେ ସହକାରୀ ଶିକ୍ଷକ ମହେଶ୍ୱର ଗୌଡ଼ ଙ୍କ ପ୍ରତିକ୍ରିୟା ନିଆଯାଇଥିଲା, ତେବେ ସେ ଏଥିନେଇ ତାଙ୍କ ନିଜ ଭାଇ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳମଣି ଗୌଡ଼ ନିଜେ ଘରେ ବ୍ୟବହାର ପାଇଁ ନେଇଥିଲେ ଓ ତାହା ମୁଁ ବିଦ୍ୟାଳୟ ରୁ ନିଜେ ତାଙ୍କୁ ପ୍ରଦାନ କରିଥିଲି ବୋଲି, କହିଥିବା ବେଳେ ଗାଁ ଲୋକେ ପୂର୍ବତନ ଧୋତିପାଣି ସମିତି ସଭ୍ୟ ନୀଳମଣି ଗୌଡ଼ ଆମର ବିଦ୍ୟାଳୟ ର ସମ୍ପତ୍ତି କୁ କେଉଁ ଅଧିକାର ବଳରେ ବେଆଇନ ଭାବେ କାଢ଼ି ନେଇ ନିଜ ଘର ନଳକୂପ ରେ ବ୍ୟବହାର କରିଥିଲେ ବୋଲି ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ତୁରନ୍ତ ନୀଳମଣି ଗୌଡ଼ ଙ୍କୁ ବିଦ୍ୟାଳୟର ସଭାପତି ରୁ ବହିଷ୍କାର କରିବା ସହ ସହକାରୀ ଶିକ୍ଷକ ତଥା ବିଦ୍ୟାଳୟ ସଭାପତି ନୀଳମଣି ଗୌଡ ଙ୍କ ବଡ଼ ଭାଇ ମହେଶ୍ଵର ଗୌଡ଼ ଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଜିଦ୍ ଧରିଥିଲେ l ଏହାପରେ ସି ଆର୍ ସି ସି କୁମୁଦ ଚନ୍ଦ୍ର ବାଘ ଲିଖିତ ଅଭିଯୋଗ ପରେ ନିହାତି ପଦକ୍ଷେପ ନିଆଯିବ ବୋଲି କହିଥିଲେ l ଅଭିଯୋଗ ସମୟରେ କୋଷାଧ୍ୟକ୍ଷ ନାୟକ, ଜାନକ ରାମ ନାୟକ, ଚନ୍ଦ୍ରମୋହନ ନାୟକ, ଗଜେନ୍ଦ୍ର ନାୟକ, ଅଭିରାମ ନାୟକ, କୁଶ ନାୟକ, ହେମଧର ନାୟକ, ବିହାରୀ ନାୟକ, ଡିଙ୍ଗର ନାୟକ, ଭାକଚନ ନାୟକ, ଚିତ୍ର ପୂଜାରୀ, ଭବନେ ମାଝୀ, ସହଦେବ ନାୟକ, ଠାକୁର ନାୟକ, ଖଗେଶ୍ୱର ଗଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିଲେ l ତେବେ ଏ ନେଇ ସଭାପତି ନୀଳମଣି ଗୌଡ଼ ଙ୍କ ସହ ଯୋଗାଯୋଗ କରାଯାଇ ଥିଲା କିନ୍ତୁ ସେ ଏସବୁ ଖଣ୍ଡନ କରି ମୋତେ ବଦନାମ କରିବା ର ଏହା ହେଉଛି ଏକ ସଡଯନ୍ତ୍ର ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l