ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଛକ ଓଭରବ୍ରିଜ୍ ତଥା 16 ନଂ ଜାତୀୟ ରାଜପଥ ଉପରେ ଗୋରୁପଲ୍ଲ ଶୟନ କରୁଥିବା ବେଳେ ଦ୍ରୁତ ଗତିରେ ମାଡି ଆସୁଥିଲା ଟ୍ରକ । ଏହାକୁ ଦେଖି କେତେକ ଗୋରୁଗାଈ ପଳାଇ ଗଲେ ହେଲେ ଆଉ କେତେକ ଗୋରୁପଲ୍ଲ ଅମାନିଆ ହୋଇ ରାସ୍ତା ଉପରେ ଶୋଇ ରହିଲେ , ବାସ୍ ସେହି ଗୋରୁପଲ୍ଲ ଉପରେ ଚଢିଗଲା ଚଳନ୍ତା ଟ୍ରକ । ଢୋ-ଢା , ଆର୍ତ୍ତନାଦ ଚିତ୍କାର , ବୁକୁଫଟା କ୍ରନ୍ଦନ , ହୃଦୟ ବିଦାରକ ଦୃଶ୍ୟ । ଘଟଣା ସ୍ଥଳରେ 15 ଗୋରୁ ଙ୍କର ମୃତ ହୋଇଗଲା , 10 ଗୋରୁ ଆହତ ହୋଇଗଲେ ।
ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଜାତୀୟ ରାଜପଥ ଉପରେ ଦେଖିବା ପାଇଁ ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ ଚମ୍ପଟ ମାରିଛି । ଟାଙ୍ଗୀ ମଦରଟେରେସା ସଂଘ ପକ୍ଷରୁ ଆହତ ଗୋରୁଗାଈ ଙ୍କ ସେବା ଶୁଶ୍ରୁଷା କରାଯାଉଛି ।
ଚଣ୍ଡେଶ୍ୱର ଛକ ; ରାସ୍ତାରେ ଶୋଇଥିଲେ ଗୋରୁପଲ୍ଲ ଉପରେ ଚଢିଗଲା ଟ୍ରକ , 15 ଗୋରୁ ମୃତ , 10 ଗୋରୁ ଆହତ


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ “ଉର୍ଦ୍ଧମ୍ନାୟ ତନ୍ତ୍ର” ପ୍ରଚୀନ ଗ୍ରନ୍ଥର ଲୋକାର୍ପଣ୍।
ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ