ରିପୋର୍ଟ :ଦେବାଶିଷ
ବେଗୁନିଆପଡା (ଆମ ଓଡ଼ିଶା ଖବର ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର ୪୯ ବର୍ଷୀୟ ଯୁବକ ଗଦାଧର ସ୍ୱାଇଁ ଗାଜିଆବନ୍ଧ ରେ ବୁଡି ମୃତ୍ଯୁବରଣ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ପାଖାପାଖି ଆଜି ଦିନ ୧୨ ଟା ସମୟ ବେଳକୁ ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ଗଦାଧର ପୋଖରୀରେ ମରି ପଡ଼ିଥିବା ର ଦେଖି ତାଙ୍କ ପରିବାର କୁ ଖବର ଦେଇଥିଲେ । ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ଯବଚ୍ଛେଦ ପାଇଁ ପଠେଇଥିବା ସୂଚନା ମିଳିଛି । ଗଦାଧର ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ବେଳେ ତାଙ୍କର ଛୋଟ ଛୋଟ ପିଲାମାନେ ଏବଂ ବିଧବା ପତ୍ନୀ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତା ରେ ପଡିଯାଇଛନ୍ତି ପତ୍ନୀ । ତାଙ୍କ ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।ଗଦାଧର ଙ୍କ ମୃତ୍ୟୁ ରେ ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି ।


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?