ରିପୋର୍ଟ :ଦେବାଶିଷ
ବେଗୁନିଆପଡା (ଆମ ଓଡ଼ିଶା ଖବର ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସେହି ଗ୍ରାମର ୪୯ ବର୍ଷୀୟ ଯୁବକ ଗଦାଧର ସ୍ୱାଇଁ ଗାଜିଆବନ୍ଧ ରେ ବୁଡି ମୃତ୍ଯୁବରଣ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ପାଖାପାଖି ଆଜି ଦିନ ୧୨ ଟା ସମୟ ବେଳକୁ ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ବେଳେ ଗଦାଧର ପୋଖରୀରେ ମରି ପଡ଼ିଥିବା ର ଦେଖି ତାଙ୍କ ପରିବାର କୁ ଖବର ଦେଇଥିଲେ । ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ଯବଚ୍ଛେଦ ପାଇଁ ପଠେଇଥିବା ସୂଚନା ମିଳିଛି । ଗଦାଧର ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ବେଳେ ତାଙ୍କର ଛୋଟ ଛୋଟ ପିଲାମାନେ ଏବଂ ବିଧବା ପତ୍ନୀ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତା ରେ ପଡିଯାଇଛନ୍ତି ପତ୍ନୀ । ତାଙ୍କ ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।ଗଦାଧର ଙ୍କ ମୃତ୍ୟୁ ରେ ଗାଁ ରେ ଶୋକାକୁଳ ପରିବେଶ ଦେଖାଦେଇଛି ।
More Stories
ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ରାସ୍ତା ବର୍ଷାରେ ଭୁଶୁଡିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ପ୍ରଶ୍ନବାଚୀ ।
ବ୍ୟକ୍ତିଗତ କାମରେ ବ୍ୟବହୃତ ହେଉଛି ପାଣି ପଞ୍ଚାୟତକୁ ମିଳିଥିବା ଯନ୍ତ୍ରପାତି!
ଦୀର୍ଘ ୨ ବର୍ଷ ପରେ କୋଦଳା ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେଲା