ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦେଖା ଦେଇଛି ଜନ ଅସନ୍ତୋଷ, ବାରମ୍ବାର ମନଇଚ୍ଛା ବିଦ୍ୟୁତ କାଟିବା ଯୋଗୁଁ ଗାଁ ଠାରୁ ସହର ସବୁଠି ଅସନ୍ତୋଷ ବଢ଼ିବାରେ ଲାଗିଛି l ଅସହ୍ୟ ଗରମ ଓ ଗୁଳୁ ଗୁଳି ଯୋଗୁଁ ଘରେ ହେଉବା ବାହାରେ ରହିବା ଅସମ୍ଭବ ହୋଇପଡୁଥିବା ବେଳେ ରାତ୍ରି ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟିବା ର କlରଣ କ’ଣ ହୋଇପାରେ ? ବିଦ୍ୟୁତ କାଟି ଅନ୍ୟତ୍ର ସପ୍ଲାଇ କରି ମାଲେ ମାଲ ହେଉନାହାନ୍ତି ତ ବିଭାଗ କର୍ମଚାରୀ ମାନେ, ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଗରମ ସାଙ୍ଗକୁ ଗୁଳୁ ଗୁଳି ହେବା ଯୋଗୁଁ ଛୋଟ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ନାହିଁନଥିବା ହଇରାଣ ହେବାକୁ ପଡୁଛି l
ଯାହା ଘରେ ଇଂନଭଟର ଯାହାର ଅଛି ସିଏତ ଚଳିଯିବ l ଯାହାର ନାହିଁ ସେମାନେ କ’ଣ କରିବେ, ସାଧାରଣ ଜନ ଜୀବନ ଯେଉଁ ହଇରାଣ ହେଉଛନ୍ତି ବିଦ୍ୟୁତ ବିଭାଗ ଅଫିସର ଓ କର୍ମୀ ଯଦି ସେହିଯାଗାରେ ରହିବେ ତା ହେଲେ ଜାଣି ପାରନ୍ତେ, ନିଶରେ ଗୁଆ ଘିଅ ମାରି ଶୁଅନ୍ତେ ନାହିଁ l ଏମାନଙ୍କ ଖାମଖିଆଲ ମନଭାବ ମନ ଇଛା ଅବୈଧ ବିଦ୍ୟୁତ କାଟିବା ଓ ବିନା ସୂଚନା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ରାତ୍ରିରେ କାଟିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ଦେଖିବାକୁ ମିଳିଛି!
More Stories
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l
ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l