ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦେଖା ଦେଇଛି ଜନ ଅସନ୍ତୋଷ, ବାରମ୍ବାର ମନଇଚ୍ଛା ବିଦ୍ୟୁତ କାଟିବା ଯୋଗୁଁ ଗାଁ ଠାରୁ ସହର ସବୁଠି ଅସନ୍ତୋଷ ବଢ଼ିବାରେ ଲାଗିଛି l ଅସହ୍ୟ ଗରମ ଓ ଗୁଳୁ ଗୁଳି ଯୋଗୁଁ ଘରେ ହେଉବା ବାହାରେ ରହିବା ଅସମ୍ଭବ ହୋଇପଡୁଥିବା ବେଳେ ରାତ୍ରି ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟିବା ର କlରଣ କ’ଣ ହୋଇପାରେ ? ବିଦ୍ୟୁତ କାଟି ଅନ୍ୟତ୍ର ସପ୍ଲାଇ କରି ମାଲେ ମାଲ ହେଉନାହାନ୍ତି ତ ବିଭାଗ କର୍ମଚାରୀ ମାନେ, ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଗରମ ସାଙ୍ଗକୁ ଗୁଳୁ ଗୁଳି ହେବା ଯୋଗୁଁ ଛୋଟ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ନାହିଁନଥିବା ହଇରାଣ ହେବାକୁ ପଡୁଛି l
ଯାହା ଘରେ ଇଂନଭଟର ଯାହାର ଅଛି ସିଏତ ଚଳିଯିବ l ଯାହାର ନାହିଁ ସେମାନେ କ’ଣ କରିବେ, ସାଧାରଣ ଜନ ଜୀବନ ଯେଉଁ ହଇରାଣ ହେଉଛନ୍ତି ବିଦ୍ୟୁତ ବିଭାଗ ଅଫିସର ଓ କର୍ମୀ ଯଦି ସେହିଯାଗାରେ ରହିବେ ତା ହେଲେ ଜାଣି ପାରନ୍ତେ, ନିଶରେ ଗୁଆ ଘିଅ ମାରି ଶୁଅନ୍ତେ ନାହିଁ l ଏମାନଙ୍କ ଖାମଖିଆଲ ମନଭାବ ମନ ଇଛା ଅବୈଧ ବିଦ୍ୟୁତ କାଟିବା ଓ ବିନା ସୂଚନା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ରାତ୍ରିରେ କାଟିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ଦେଖିବାକୁ ମିଳିଛି!


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l