ଅଭିଭାବକ- ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ନେଇ ବୈଠକ l

ରିପୋର୍ଟ :-ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି- ତା 13.09(ଆମ ଓଡିଶା ଖବର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋତିଗାଁ ସେବାଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀ,ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ  ଗଣାଧିପତି ବିଘ୍ନେଶ୍ୱର ଗଣେଶ ଙ୍କ ପ୍ରତିଷ୍ଠିତ ମୂର୍ତ୍ତି ରେ ଦୀପ ଧୂପ ଓ  ପୁଷ୍ପ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଝାଙ୍କର ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ରୂପେ ଗମ୍ଭାରୀଗୁଡ଼ା ସରପଞ୍ଚ ମଥୁରା ପୂଜାରୀ ଯୋଗ ଦେଇଥିବା ବେଳେ ମୁଖ୍ଯ ବକ୍ତାଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟାନନ୍ଦ ସୋରୀ,  ସମ୍ମାନିତ ଅତିଥି ଭାବେ ପଦୁଲୋଚନ ସାହୁ, ମଙ୍ଗଳ ନାୟକ, ମହେଶ୍ଵର ଦାସ, ଜନ୍ମେଜୟ ବେଶ୍ରା, ଚେନସିଂ ପୁଜାରୀ , ଚକ୍ରଧର ସାହୁ, ହରିଶ୍ଚନ୍ଦ୍ର ସାହୁ, ବୃନ୍ଦାବନ ବାଗ, ଗୋକୁଳ ବେଶ୍ରା, ପ୍ରମୁଖ ମଞ୍ଚାସୀନ ଥିଲେ l ବୈଠକରେ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀମାନ ଙ୍କ ମଧ୍ୟରେ ଅତି ନିବିଡ ସମ୍ପର୍କ ରଖି  ଗୁରୁଶିଶ୍ଯ ର ପରମ୍ପରା କୁ  ବଜାୟ ରଖିବା ସହ ଅଭିଭାବକ ମାନେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରି ନିଜ ନିଜ ମଧ୍ୟରେ ସାମୁହିକ ବିକାଶ କୁ ଗୁରୁତ୍ଵ ଦେବା ପାଇଁ ଗୁରୁତ୍ଵ ଦିଆଯାଇଥିଲା l ବୈଠକରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଓ  ଗାଁର ସମସ୍ତ ଅଭିଭାବକ ଉପସ୍ଥିତ ରହିଥିଲେ l

error: Content is protected !!