ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା :-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଜୟଚନ୍ଦ୍ରପୁର ଗ୍ରାମ ରେ ବସବାସ କରନ୍ତି ସମୀର ସ୍ବାଇଁ ଙ୍କ ପରିବାର । ପରିବାର କହିଲେ ପାଠ ପଢୁଆ ପାଞ୍ଚ ଝିଅ ଙ୍କ ସହ ତାଙ୍କ ସ୍ତ୍ରୀ ସୁମିତ୍ରା ସ୍ବାଇଁ। ସମୀର ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ସୁମିତ୍ରା ପରିବାର କୁ ଦୁଃଖେ କଷ୍ଟେ ଚଳାଇ ଥାନ୍ତି। ପିଲା ମାନେ ସମସ୍ତେ ଜଣେ ଜଣେ ଭଲ କୃତି ଛାତ୍ରୀ। କିଏ ଖେଳ ରେ ତ କିଏ ଚିତ୍ରାଙ୍କନ ତ କିଏ ପାଠ ପଢା ରେ ନିପୁଣ। ଭଗବାନ ଙ୍କ ବିଚିତ୍ର ନିୟମ ଆଗ ରେ ମଣିଷ ଅସହାୟ। ଏହିପରି ଏହି ପାରିବାର ରେ ଘଟି ଯାଇଛି। ପାରିବାର କୁ ସୂଚାରୁ ରୁପେ ଚଳାଉଥିବା ସୁମିତ୍ରା ଗତ ମାସ ରେ ପକ୍ଷାଘାତ ରୋଗ ରେ ପୀଡ଼ିତ ହୁଅନ୍ତି। ଏହା ପରେ ସୁମିତ୍ରା ନା ଚାଲି ପାରନ୍ତି ନା ଉଠି ବସି ପାରୁଛନ୍ତି। ତାଙ୍କର ଡାହାଣ ପାଖ ର ହାତ ଓ ଗୋଡ ସମୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଏହି ଦୁର୍ଦ୍ଦିନ ପରେ ପରିବାର ଟି ସମ୍ପୂର୍ଣ ଭାବେ ଅସହାୟ ହୋଇ ପଡ଼ିଛି। ତାଙ୍କର ମେଡିସିନ ଖର୍ଚ୍ଚ ସହ ପରିବାର କିପରି ଚାଲିବ।

ପିଲା ଙ୍କ ପାଠ ପଢା କିପରି ହେବ ସମସ୍ତେ ଏବେ ଚିନ୍ତା ରେ। ତାଙ୍କ ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେହି ପାରିବାର ପାଖରେ କର୍ମକର୍ତା ମାନେ ପହଞ୍ଚିଥିଲେ। ସେହି ପରିବାର କୁ ସାନ୍ତ୍ଵନା ଦେଇଥିଲେ। କିପରି ପିଲା ମାନଙ୍କୁ ପାଠ ପଢିବା ପାଇଁ ସହଯୋଗ ରହିବ ସେ ବିଷୟ ରେ ଆଲୋଚନା କରିଥିଲେ। ସୁମିତ୍ରା ଙ୍କ ପାଇଁ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ପ୍ରଦାନ କରାଯାଇଛି। ସମସ୍ତ ପିଲା ଙ୍କ ପାଇଁ ଶୀତ ବସ୍ତ୍ର କମ୍ବଳ ପ୍ରଦାନ କରାଯାଇଛି ଓ ସମୀର ଙ୍କ ପାଇଁ ଲୁଙ୍ଗୀ ଗାମୁଛା ଓ ପୋଷାକ ଦିଆଯାଇଛି। ପାରିବାର ପାଇଁ ଏକ ମାସ ର ରାସନ ସାମଗ୍ରୀ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଛି। ଆଜି ର କାର୍ଯ୍ୟକ୍ରମ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, କାଳନ୍ଦୀ ମଲ୍ଲିକ, ତପନ କୁମାର ନାଥ ଓ କେଦାର ବେହେରା ।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.