ରିପୋର୍ଟ :ଅଜିତ କୁମାର ଭାତ୍ରା
ରାୟଗଡ଼ା (ଆମ ଓଡ଼ିଶା ଖବର )ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଥାନାର ସମସ୍ତ କାର୍ଯ୍ୟରତ ଗ୍ରାମରକ୍ଷୀ (ଗଣ) ୧୯୬୭ ମସିହାରୁ ଗ୍ରାମରକ୍ଷୀ (ଗଣ) ପଦବୀ ସୃଷ୍ଟି କରି ସରକାର ପୋଲିସ ବିଭାଗରେ କାର୍ଯ୍ୟକରି ମାସିକ ୩୦ ଟଙ୍କା ହିସାବରେ ପାଇ ବର୍ତ୍ତମାନ ବର୍ଦ୍ଦିତ ଦରମା ଦୈନିକ ୬୦ଟଙ୍କା ମାସିକ ହିସାବରେ ୧୮୦୦ଟଙ୍କା ଦରମା ପାଇ କାର୍ଯ୍ୟକରି ଆସୁଛନ୍ତି । ସରକାରଙ୍କ ଧାର୍ଯ୍ୟ ଦୈନିକ ପାରିଶ୍ରମିକ ମଜୁରୀ ୩୦୦ଟଙ୍କା ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆମ୍ଭେ ଥାନାରେ କାର୍ଯ୍ୟକରି ସରକାରୀ ଚାକିରିଆ ହିସାବରେ ଦୈନିକ ୬୦ ଟଙ୍କା ବର୍ତ୍ତମାନ ପାଉଛୁ। ଏଠାରେ ଅଭିଯୋଗ ହେଉଛି ଅନ୍ୟ ରାଜ୍ୟ ରେ ୧୮୦୦୦ ରୁ ୨୦,୦୦୦ମାସିକ ପାଉଥିବା ବେଳେ ଆମ୍ଭେ ଆମ ରାଜ୍ୟରେ ମାସିକ ୧୮୦୦ଟଙ୍କା ପାଉଛୁ ଏହାକୁ ନେଇ ଘର ଚଳିବ କେମିତି ଆମର ଭରଣ ପୋଷଣ ହେବ କେମିତି ।ଏଣୁ ବର୍ତମାନ ସରକାର ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ଙ୍କୁ ଓ ମହାମହିମ ଦ୍ରୁପଦୀ ମୁର୍ମୁ ଙ୍କୁ ଦୁଇ ଗୋଟି ଦାବି ଜଣେଇ ଯଥାଶୀଘ୍ର ଆମ୍ଭ ଗ୍ରାମରକ୍ଷୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମୌଳିକ ସମସ୍ୟାର ସମାଧାନ କରାଯାଉ ବୋଲି ଗ୍ରାମରକ୍ଷୀ ସଭାପତି ଭାଗ୍ୟ ଭତ୍ରା, ସମ୍ପାଦକ ଅନିରୁଦ୍ଧ ବିଡ଼ିକା ୨୦ ଜଣ ଗ୍ରାମରକ୍ଷୀ ସଦସ୍ୟ ଥାଇ ଗୁହାରି ଜଣେଇଛନ୍ତି।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.