ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି – 22/9 (ଆମ ଓଡିଶା ଖବର ) ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କୋଣ ଅନୁ କୋଣରେ ପାଳିତ ହୋଇଯାଇଛି ବିଘ୍ନ ବିନାଶକ ଶ୍ରୀ ଗଣେଶ ମହା ପ୍ରଭୁଙ୍କ ପୂଜା ଉତ୍ସବ l ତେବେ ଆଜି ଦେଖିବାକୁ ମିଳିଛି ଏକ ସୁନ୍ଦର କାରୁକାର୍ଯ୍ୟ ରେ ଶୁ ଶୋଭିତ ବିଘ୍ନ ବିନାଶକ ଙ୍କ ପ୍ରତିମୂର୍ତ୍ତି ଓ ପୂଜା ମଣ୍ଡପ l ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଲିମ୍ବଗୋଛିଆ ପଡ଼ା ରେ ଦେଖିବାକୁ ମିଳିଥିଲା ସୁଉଚ୍ଚ ସଜ୍ଜିତ ତୋରଣ ଓ ପୂଜା. ମଣ୍ଡପ l ଲୋକେ ମହା ଆଡମ୍ବର ସହ ପୂଜାର୍ଚନା କରି ଭକ୍ତିପୂତ ଭାବରେ ନିଜ ନିଜ ମନସ୍କାମନା ନେଇ ପହଞ୍ଚି ଥିଲେ ଲୋକେ ବିଗ୍ନ ବିନାଶକଙ୍କ ଦରବାରର ଚତୁଃପାର୍ଶ୍ଵ ରେ ଏକ ମନୋରମ ଦୃଶ୍ୟ ସହ ଆଧ୍ୟାତ୍ମିକ ପରିବେଶ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା l ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇ ଥିବା ବେଳେ ଗଣେଶ ଚତୁର୍ଥୀ ସହ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ ପର୍ବ ସମସ୍ତଙ୍କ ମନରେ ଭରି ଦେଇଥିଲା ଉତ୍ସାହ ଉଦ୍ଦୀପନା l ଏହିପର୍ବ ବର୍ଷକୁ କେବଳ ଥରେ ପାଳିତ ହେବା ଦେଖିବାକୁ ମିଳୁଥିବା ବେଳେ ଏହି ପର୍ବରେ ସମସ୍ତେ ନୂତନ ବସ୍ତ୍ର ପରିଧାନ ପରେ ନିଜ ନିଜ ଇଷ୍ଟ ଦେବା ଦେବୀଙ୍କୁ ପୂଜାର୍ଚନା କରିଥାନ୍ତି | ତେବେ ଆଜି ଲିମ୍ବ ଗୋଛିଆପଡା ରେ ସମସ୍ତଙ୍କ ଘରେ ରନ୍ଧା ହୋଇଥିବା ନୂଆ ଚାଉଳ ସହ ପିଠା ପଣା, କ୍ଷୀରି କରି ନୂଆ ଚୁଡା ରେ କରିଥିବା ଭୋଗକୁ ସମସ୍ତ ପରିବାର ଏକତ୍ରିତ ହୋଇ କୁରେ ପତ୍ରରେ ଭୋଗ ଖାଇ ଗୁରୁଜନ, ପିତା, ମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣକରିଥିଲେ|ଏହି ନୁଆଁଖାଇ ପର୍ବରେ ଚଳ ଚଞ୍ଚଳତା ହୋଇ ଉଠି ଥିଲା ସାରା ଗାଁ l ଏହା ଏକ ଭାଇ ଚାରାର ପର୍ବ ହୋଇଥିବା ବେଳେ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଅନୁଷ୍ଠିତ କରାଯାଇ ଥିଲା|ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି ଖ୍ଯାତ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଖୁବ ଦେଖିବାକୁ ମିଳିଥାଏ l କାରଣ ଦକ୍ଷିଣ ଓଡିଶା ର ପଡ଼ୋଶୀ ଅଞ୍ଚଳ ହଉଛି ପଶ୍ଚିମ ଓଡିଶା | ତେବେ ଅନକାବେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହିପଡା ରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଆଧ୍ୟାତ୍ମିକ ବାତାବରଣ l ଏହି ପୂଜା ଉତ୍ସବରେ ଗାଁର କୁମର ଲିମ୍ବଗୋଛିଆ, ହିରଣ୍ୟ ଲିମ୍ବଗୋଛିଆ, ବନବାସ ଲିମ୍ବଗୋଛିଆ , ନୀଳମଣି ଲିମ ଗୋଚ୍ଛିଆପଡା ରେ ସମାରୋହରେ ପାଳିତ ହେଲା ଗଣେଶ ପୂଜା |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l