ପ୍ରସୂତୀ କକ୍ଷ ପ୍ରବେଶ ପଥରେ ଜମୁଛି  ପାଣି
ଗର୍ଭବତୀ ମହିଳା  ଯାତାୟତରେ ସମସ୍ୟା ସ୍ୱାସ୍ଥ୍ୟ ବିଭାଗ ଜାଣିବି ନିରବ ଦ୍ରଷ୍ଟା !

ରିପୋର୍ଟ :-ମୋହନଲାଲ ସୁନାନୀ

ଚନ୍ଦାହାଣ୍ଡି- ତା 22.09 ( ନି:ପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପ୍ରସୂତୀ  କକ୍ଷ  ଦ୍ଵାର ମୁହଁରେ  ଜମୁଛି ପାଣି l  ବିଭାଗୀୟ  ଅଧିକାରୀ ଙ୍କ  ଧ୍ୟାନ ନାହିଁ ଏଥିପ୍ରତି l ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକ ନିର୍ଭର କରିଥାନ୍ତି ଏହି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ l  ଗର୍ଭ ଯନ୍ତ୍ରଣା ରେ  ଜର୍ଜରିତ ଜନନୀ ଙ୍କ  ଏକମାତ୍ର ଭରସା ଏହି  ହସ୍ପିଟାଲ ହୋଇଥିବା ବେଳେ,  ପ୍ରସୂତୀ କକ୍ଷ ମଧ୍ୟକୁ ପ୍ରବେଶ କରିବା ଦ୍ୱାର ସମ୍ମୁଖ ରେ  ବର୍ଷା ହେଲେ  ଜମୁଛି ମଇଳା ପାଣି l ପାଣି  ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ  ବର୍ଷା ହେଲେ ପାଣି  ଜମି  ରହୁଛି   ସବୁବେଳେ , ଖରା ହେଲେ  ପାଣି  ଆପେ ଆପେ ଶୁଖି ଯାଇ ସେ  ସ୍ଥାନ  ଦୁର୍ଗନ୍ଧ ମଇଳା କାଦୁଅ ଚିକିଟା  ପଡ଼ି ରହୁଛି l ତେବେ  ଆଶ୍ଚର୍ଯ୍ୟ ର  ବିଷୟ  ଅଞ୍ଚଳର କୋଣ ଅନୁ କୋଣରୁ  ଅନେକ  ଗର୍ଭବତୀ ମହିଳା ଙ୍କୁ  ପ୍ରସବକାଳୀନ ସେବା ପ୍ରଦାନ ପାଇଁ  ଏହି  ପଥ  ଦେଇ  ପ୍ରସୂତୀ  କକ୍ଷ ମଧ୍ୟକୁ ନେବା ଆଣିବା  କରାଯାଉ ଥିଲେ ହେଁ   ପ୍ରସୂତୀ କକ୍ଷ ର  ପ୍ରବେଶ ଦ୍ଵାର ମୁହଁରେ ଏଭଳି ପାଣି  ଜମି ରହି ଅସନା ସୃଷ୍ଟି ହେଉଥିବାର ଉପରେ କାହାରି ନଜର ନାହିଁ l  ଏହି  ବାଟ  ଆଡକୁ ଆମ୍ବୁଲାନ୍ସ ଗାଡି ବି  ଆସୁଛି,  ଡାକ୍ତର,  ଷ୍ଟାଫ୍ ନର୍ସ  ସମେତ  ହସ୍ପିଟାଲ ର  ଅନ୍ୟାନ୍ୟ କର୍ମଚାରୀ ମାନେ ବି  ଯାଆସ କରୁଛନ୍ତି,  ତଥାପି  କାହାର ନିଘା ନାହିଁ l ସମସ୍ତେ  ମୁହଁ  ମୋଡି  ଚାଲି ଯାଉଛନ୍ତି,  ତଥାପି  କାହାର  ଧ୍ୟାନ ରହୁନି l  ତେବେ  ବିଭାଗୀୟ ଅଧିକାରୀ  ଏହା  ଉପରେ  ଗୁରୁତ୍ଵ ଦେଇ  ଉକ୍ତ  ପ୍ରସୂତୀ  କକ୍ଷ  ପଥରେ  ଜମି ଯାଉଥିବା ପାଣିର  ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କଲେ ଗର୍ଭବତୀ ଓ  ପ୍ରସୂତୀ  ମହିଳା  ସମେତ  ତାଙ୍କ  ସହିତ ଆସୁଥିବା  ଲୋକେ  ସୁରୁଖୁରୁରେ  ଯାତାୟତ କରି ପାରନ୍ତେ  ବୋଲି  ସାଧାରଣରେ ଅଭିଯୋଗ ହେଉଛି l

error: Content is protected !!