
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:- ୧୨-୮-୨୦୨୫
ଜିଲ୍ଲାପାଳ ରାୟଗଡ଼ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲା ତିନୋଟି ବିଧାନସଭା ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ପାଇଁ ଆଦେଶ କରାଯାଇଛି । ନିର୍ବାଚକ ପଞୀକରଣ ଅଧିକାରୀ ଭାବେ ଉପଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା ଓ ଉପଜିଲ୍ଲାପାଳ ଗୁଣୁପୁର ଅଭିଷେକ ଦୁଧାଲ ତଥା ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ନବିନ ଚନ୍ଦ୍ର ନାଏକ ଏହି ତାଲିମ ନିମନ୍ତେ ବ୍ଲକ ସ୍ତରରେ ଆୟୋଜନ କରିଛନ୍ତି ।
ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ସହିତ ଯେପରି କୌଣସି ଯୋଗ୍ଯ ଭୋଟର ତାଲିକାରୁ ବାଦ ପଡିବେ ନାହିଁ ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ପର୍ଯ୍ୟାୟ କ୍ରମେ ସଘନ ସଂଶୋଧନ ପ୍ରକ୍ରିୟାର ଆରମ୍ଭ କରିଛନ୍ତି। ତେବେ ଓଡିଶାରେ ଏହାର ତାରିଖ ଘୋଷଣା ହୋଇନଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ସମସ୍ତ କର୍ମଚାରୀଙ୍କ ତାଲିମ ପ୍ରକ୍ରିୟା ଚାଲୁ ରହିଛି । ଆଗାମୀ ଦିନରେ ନିର୍ବାଚନକୁ ସୁଗମ କରିବାପାଇଁ ୧୨୦୦ରୁ ଅଧିକ ଭୋଟର ଥିବା ବୁଥକୁ ସରଳୀକରଣ କରିବା ନିମନ୍ତେ ରାଜନୈତିକ ଦଳ ଗୁଡିକର ପରାମର୍ଶକ୍ରମେ ନୂତନ ଭୋଟଦାନ କେନ୍ଦ୍ର ଗୁଡିକର ପ୍ରସ୍ତାବ ନିର୍ବାଚନ ଆୟୋଗଙ୍କୁ ପ୍ରେରଣ କରାଯାଇଛି ।
ରାୟଗଡ ବ୍ଲକରେ ୧୧୪ ଜଣ ବୁଥ ଅଧିକାରୀଙ୍କ ତାଲିମ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ସହକାରୀ ଜିଲ୍ଳାପାଳ କୈଳାସଚନ୍ଦ୍ର ସ୍ବାଇଁ, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଜିପିଡିଓ ସ୍ମୃତିରେଖା ନାୟକ, ଜାତୀୟ ସ୍ତରୀୟ ତାଲିମଦାତା ତଥା ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ତାଲିମ ପ୍ରଦାନ କରିଥିଲେ । ରାୟଗଡ ପୌର ପରିଷଦରେ ଆୟୋଜିତ ତାଲିମରେ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ସହକାରୀ ଜିଲ୍ଳାପାଳ କୈଳାଶ ଚନ୍ଦ୍ର ସ୍ବାଇଁ ଓ କାଶିପୁର ବ୍ଳକରେ ଉପଜିଲ୍ଲାପାଳ ରମେଶ କୁମାର ଜେନା, ବିଡିଓ ବିଜୟ କୁମାର ସଏ, ଏବିଡିଓ ପଦ୍ମିନୀ କହଁର ଓ ଜିପିଡିଓ ଜ୍ୟୋତିର୍ମୟ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।
ଜିଲ୍ଲାରେ ଯୋଗ୍ଯ ଭୋଟରଙ୍କୁ ନେଇ ତୃଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡେପୁଟି କଲେକ୍ଟର ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।