
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୨.୦୮.୨୦୨୫ ରିଖ ମଙ୍ଗଳବାର ଦିନ ସକାଳ ଘ.୧୧.୦୦ମି ରେ ସ୍ଥାନୀୟ ଭେଙ୍କଟେଶ୍ୱର କଲ୍ୟାଣ ମଣ୍ଡପ, ଜେ.କେ ପୁର ପରିସରରେ ଲୋକ ମାନଙ୍କ ପାଇଁ ସରକାରଙ୍କ ତରଫ ରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସଂପର୍କ୍ତିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ, ଉପ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ସବ ଡିଭିଜନାଲ ପୋଲିସ ଅଫିସର ଶ୍ରୀ ଗୌରହରୀ ସାହୁ, ବି.ଡି.ଓ ଶ୍ରୀ ସୁଜିତ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଶ୍ରୀ ଦେବାଶିସ ବିଶ୍ୱାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ପ୍ରତିମାରାଣୀ ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତି ଅହଲ୍ୟା ସୁନା, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ରବିନ୍ଦ୍ରନାଥ ତ୍ରିପାଠୀ, ଆଇନଜୀବି ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଶ୍ରୀ ଦେବରାଜ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ପି.ଗୌରୀ ଶଙ୍କର ଓ ଜେ.କେ ପୁର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କାରୀ ମାନଙ୍କୁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସଂପର୍କରେ ବିସ୍ତ୍ରୁତ ଭାବରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି ଯୋଜନାରେ ହିତାଧିକାରୀ ମାନେ କିପରି ନିଜକୁ ପଞ୍ଜୀକୃତ କରାଇ ଯୋଜନାର ସୁଫଳ ଉପଲବ୍ଧ କରିପାରିବେ ସେ ସଂପର୍କରେ ଅବଗତ କରାଇଥିଲେ I ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନିଜର ବକ୍ତବ୍ୟରେ ବିଭିନ୍ନ ସରକାରୀ ଯୋଜନା ଜନସାଧାରଣ ଙ୍କ ପାଖରେ ଉପଲବ୍ଧ ନହେଲେ ତାପାଇଁ ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନରେ କଣ କଣ ସୁବିଧା ଅଛି ସେ ବିଷୟରେ ଅଂଶଗ୍ରହଣ କାରୀ ମାନଙ୍କୁ ବିସ୍ତ୍ରୁତ ଭାବରେ ଅବଗତ କରାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜେ.କେ ପୁର ଗ୍ରାମବାସୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ହେତୁ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।