
ରାୟଗତା ଜିଲ୍ଲା (ଆମ ଓଡିଶା ଖବର )ତା :-୧୩-୮-୨୦୨୫
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଆନୁକୁଲ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତରେ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଏକ ଦିନିଆ କର୍ମଶାଳା ବୁଧବାର କାମ୍ପ ମାଲିଗାଁ ଗ୍ରାମ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ସରପଞ୍ଚ କବିତା ହୁଇକା, ପି ଏ ଗୋପାଳ ପଣ୍ଡା, ଜିପିଡିଓ ସ୍ମୃତିରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ନିର୍ବାହୀ ଅଧିକାରୀ ପଲ୍ଲବି ପ୍ରିୟନାଥ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ପରିଚାଳନା କରିଥିଲେ । ଓସଡମା ଦ୍ବାରା ତାଲିମପ୍ରାପ୍ତ ସମ୍ବଳ କର୍ମୀ ବୈଶାଖୀ ସାହୁ ଏବଂ ମିତାଲି ସ୍ବାଇଁ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ ।ଅଂଶଗ୍ରହଣକାରୀଙ୍କୁ ସମ୍ଭାବ୍ଯ ବିପର୍ଯ୍ୟୟର ଆଶଂକା, ସମ୍ଭାବ୍ଯ ବିପତ୍ତିର ମୁକାବିଲା ପାଇଁ ଆବଶ୍ୟକ ଦକ୍ଷତାର ବିକାଶ ଓ ବ୍ୟବହାରିକ କୌଶଳର ବୃଦ୍ଧି ନିମନ୍ତେ ଜ୍ଞାନ ଓ କୌଶଳ ପ୍ରଦାନ କରାଯାଇଥିଲା । ବିଜୁଳି, ଘଡଘଡି, ସାପ କାମୁଡା, କ୍ଷତ, ଘରପୋଡି, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ବିଭିନ୍ନ ବିଭାଗୀୟ ଯୋଜନା, ସୁବିଧା ସୁଯୋଗ ବିଷୟରେ ଅବଗତ କରାଯାଇଥିଲା । ଏଥିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ , ଜୀବିକା ମିଶନ, ସରପଞ୍ଚ ସମେତ ସମସ୍ତ ୱାର୍ଡ ସଭ୍ଯ ସଭ୍ୟା ଏଥିରେ ଅଂଶ ଗ୍ରହଣ କରିଥିଲେ । ଏଡିଇଓ ଜଗାରାଓ କଣ୍ଡାଗରୀ,
ଜୋଗାଣ ସହାୟକ ପପିନା ହୁଇକା, ମହାବାହୁ ବିଡିକା ଓ ଅନ୍ୟ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ କାମ୍ପ ମାଲିଗାଁ ପଞ୍ଚାୟତର ତିରିଶି ଜଣ କିଶୋରୀ ବାଳିକାଙ୍କୁ ବିପର୍ଯ୍ୟୟର ମୁକାବିଲା କୌଶଳ ତାଲିମ ପ୍ରଦାନ କରାଯିବାର ଯୋଜନା ଥିବା ବିଡିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।



More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।