ବେଗୁନିଆପଡା, (ଦେବାଶିଷ):
ବେଗୁନିଆପଡା (ଆମ ଓଡ଼ିଶା ଖବର ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୁଆଁଗଡ଼ ରେ ଅବସ୍ଥିତ ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି | ଗତ ତିରିଶି ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଚମହାଯଜ୍ଞ ର ଗୁରୁବାର ଥିଲା ପୂର୍ଣ୍ଣାହୁତି ଦିବସ | ଏହି ଉତ୍ସବରେ ଶୁକ୍ରବାର ଦିନ ଦେବତା ନଗର ଭ୍ରମଣ ସମେତ ହୋମ,ଯଜ୍ଞ କାର୍ଯ୍ୟକ୍ରମ ବେଶ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବା ବେଳେ ଆଜିର କର୍ତା ଭାବେ ବସନ୍ତ କୁମାର ଭୂୟାଁ ଏଵଂ କର୍ତ୍ତୀ ଭାବେ ତାଙ୍କ ସହ ଧର୍ମିଣୀ ଉପସ୍ଥିତ ଥିଲେ | ନୂଆଗଡ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ କୁ ପୁର୍ଣ ସହଯୋଗ କରିବା ସହିତ ଯୁବ ଗୋଷ୍ଟୀ ଅତି ଉତ୍ସଛୁକତାର ସହ ପରିଚାଳନାରେ ସହଯୋଗ କରିଥିଲେ |

ଦୀର୍ଘ ପାଞ୍ଚ ଧରି ଏହି କାର୍ଯ୍ୟକ୍ରମକୁ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ | ଏହି ପୂର୍ଣ୍ଣାହୂତି ଦିବସରେ ବିଜେପି ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ଙ୍କ ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରତାପ ନାୟକ, ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ଶୁକ୍ରବାର ଏହି ଯଜ୍ଞ ର ଶେଷ ଦିବସ ତଥା କଳସ ଯାତ୍ରା ଅନୁଷ୍ଠିତ ହେବ | ଏହି ଅନୁଷ୍ଠାନିକ କାର୍ଯ୍ୟକ୍ରମରେ ନୂଆଗଡ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ମନ୍ଦିର କମିଟି ସଭାପତି ଗୁରୁବାରୀ ବିଶ୍ୱାଳ, ସମ୍ପାଦକ ଅଭିରାମ ଭୂୟାଁ, ନାରାୟଣ ସୁମନ୍ତରାୟ, ନାରାୟଣ ପ୍ରଧାନ, ତ୍ରିନାଥ ପ୍ରଧାନ, ବାପି ସାମନ୍ତରାୟ,ସମାଜସେବୀ ବୁଲା ଜେନା, ଭ୍ରମର ଭୂୟାଁ, ନୀର ଭୂୟାଁ, ଶରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l