ରିପୋର୍ଟ :ଦେବାଶିଷ
ଗଞ୍ଜାମ, (ଆମ ଓଡ଼ିଶା ଖବର )ବିଶ୍ୱର ସୁ-ପ୍ରସିଦ୍ଧ ଯୋଗ ଗୁରୁ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଆର୍ଟ ଅଫ ଲିଭିଙ୍ଗ ତରଫରୁ ଏକ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଦୀର୍ଘ ସାତ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି | ଆର୍ଟ ଅଫ ଲିଭିଂ ର ପାର୍ଟ ଟୁ ତଥା ବରିଷ୍ଠ ଶିକ୍ଷକ ଗୁରୁଜୀ କୃଷ୍ଣ ପ୍ରସାଦ ମହାପାତ୍ର ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଗୁରୁଜୀ ନିରଦ ପଟ୍ଟନାୟକ, ଗୁରୁ କେଦାର ରାଉଳ, ଗୁରୁ ମୁକୁନ୍ଦ ରେଡି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅଠର ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇ ସଫଳତାର ସହିତ ପ୍ରଶିକ୍ଷଣ ନେଇଥିବା ବେଳେ ବହୁ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଆର୍ଟ ଅଫ ଲିଭିଙ୍ଗ ର ପ୍ରତିଷ୍ଠାତା ତଥା ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଏହି ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଞ୍ଜାମରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସ୍ବେଛାସେବୀ ସ୍ବେଛାକୃତ ଭାବେ ଯୋଗ ଦେଇ ନିଜର ବୌଦ୍ଧିକ ବିକାଶ କରିବା ସହିତ ସମାଜସେବାରେ ମନୋନିବେଶ କରି ଆସୁଛନ୍ତି | ଯୋଗ,ଧ୍ୟାନ,ପ୍ରାଣାୟାମର ତତ୍ତ୍ୱ କୁ ଆଧାର କରି ସମସ୍ତ ସ୍ବେଛାସେବୀ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ବି ନଜରକୁ ଆସିଛି | ଏହି କାର୍ଯ୍ୟକ୍ରମରେ ସିନିଅର ସ୍ବେଛାସେବୀ ଦେବାଶିଷ ମହାରଣାଙ୍କ ସମେତ ସଂଯୁକ୍ତା ତିଆଡ଼ି, ପୂଜା ବେହେରା, ସୁନିତା ମଲ୍ଲିକ ପ୍ରମୁଖ ଙ୍କ ସମେତ ବହୁ ସ୍ବେଛାସେବୀ ଯୋଗଦେଇ ଗୁରୁ କୃପା ଲାଭ କରିଥିଲେ |
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l