ପଶ୍ଚିମ ଓଡ଼ିଶା, “ଆମ ଓଡ଼ିଶା ଖବର”
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପ୍ରତେକଟି ପରିବାର ଚଳଚଞ୍ଚଳ ହୋଇଛନ୍ତି। ଚାରିଆଡେ ଖୁସିର ମାହୋଲ। ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ନେଇ ଚାରିଆଡେ ଖୁସିର ମାହୋଲ। ସମସ୍ତେ ଭାରି ଖୁସି। ବଲାଙ୍ଗୀର ହେଉ କିମ୍ବା ସମ୍ବଲପୁର ଅବା ବରଗଡ଼ ଏଠିକାର ଲୋକେ ଏହି ପର୍ବକୁ ଉତ୍ସବ ଭଳି ପାଳନ କରିଥାନ୍ତି। ଏହି ନୂଆଖାଇ ପର୍ବ ଦୁଇଦିନ ପାଳିଥାନ୍ତି ପଶ୍ଚିମ ଓଡ଼ିଶା ବାସି। ଇଷ୍ଟ ଦେବୀଙ୍କ ପାଖରେ ପୂଜା ପରେ ଏହି ପର୍ବ ପାଳନ ହୋଇଥାଏ। ନୂଆଁଖାଇ ପର୍ବ, ଧାନ ଅମଳର ଖୁସିରେ ପାଳନ କରାଯାଇଥାଏ। ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ। କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ। ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ। ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି। ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି। ଯେଉଁମାନେ ନିଜ ଭିଟାମାଟିକୁ ଆସିପାରନ୍ତି ନାହିଁ, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି। ବିଶେଷକରି ସୁରତ, ବିଶାଖାପାଟଣା, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।