ଧର୍ମଗଡ : ୧/୨( ଆମ ଓଡ଼ିଶା ଖବର) ୫- ଟି ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡ଼ିଶା ସରକାରଙ୍କ ଦ୍ଵାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଉଦଯାପିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ଅଧୀନ ରାଜ୍ୟ ର ବିଭିନ୍ନ ବିଦ୍ୟାଳୟ, ଛାତ୍ର ଛାତ୍ରୀ,ଶିକ୍ଷକ, ବିଦ୍ୟାଳୟ ଆଲୁମିନି ଏବଂ ବିଭିନ୍ନ ପଞ୍ଚାୟତ କୁ ପୁରସ୍କୃତ କରାଯାଥିଲା ।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ କୁ ଆସୁଥିବା ପାଣ୍ଠି କୁ ପ୍ରାଥମିକ ଶିକ୍ଷା ର ଉନ୍ନତିକରଣ ପାଇଁ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ଖର୍ଚ୍ଚ କରିଥିବାରୁ ଏବଂ ଓଡ଼ିଶା ସରକାରଙ୍କ ୫- ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ପଞ୍ଚାୟତ ଭାବରେ ବେହେରା ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗଇନ୍ତା ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ ଙ୍କୁ ଗଣଶିକ୍ଷା ବିଭାଗ ତରଫରୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି ।
। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ୫- ଟି ସଚିବ ଭିକେ ପାଣ୍ଡିୟାନ୍ ନିଜ ପଞ୍ଚାୟତ ରେ ଆହୁରି ଭଲ କାମ କରି ପଞ୍ଚାୟତ ର ନାମ ରଖିବାକୁ ବେହେରା ସରପଂଚ ଙ୍କୁ କହିବା ସହ ପ୍ରଶଂସା କରିଥିବା ପ୍ରକାଶ କରିଛନ୍ତି ସରପଂଚ କୁମୁଦିନୀ ଗଇନ୍ତା । ଜିଲ୍ଲାରେ ଶ୍ରେଷ୍ଠ ପଂଚାୟତ ଘୋଷଣା ଖବର ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯିବା ସହ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ଝରିଗାଁ ବିଧାୟକ ପ୍ରକାଶ ମାଝୀ ଏବଂ ଧର୍ମଗଡ଼ ବିଡ଼ିଓ ହିମାଞ୍ଚଳ ମାଝୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।