ରିପୋର୍ଟ (କାର୍ତ୍ତିକ ଚନ୍ଦ୍ର ସାହୁ)
ରାଉରକେଲା (ଆମ ଓଡ଼ିଶା ଖବର )ବଣାଇ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଭିକାର୍ତ୍ତିକେୟନ ପାଣ୍ଡିଆନଙ୍କ ନେତୃତରେ ଭିଡିଓ କନଫରେନ୍ସ ମାଧ୍ୟମରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଡାଇଲିସିସକୁ କାର୍ଯ୍ୟକ୍ଷମ କରିବା ପାଇଁ ଜନ ସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ଃ ହର୍ଷଦ ଗାଭାଲ,ବଣାଇ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା, ଉପଜିଲ୍ଲାପାଳ ଶ୍ରୀ ସୁରଞ୍ଜନ କୁମାର ସାହୁ, ସମବାୟ ସମିତିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଉପଖଣ୍ଡ ଚିକିତ୍ସଳୟର ଅଧିକାରୀ, ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟର ଅଧିକାରୀ, ପୋଲିସ ପ୍ରଶାସନ, ବିଜେଡି ଓ ସିପିଆଇଏମ ପାର୍ଟିର କର୍ମକର୍ତ୍ତା, ମହିଳା ମଣ୍ଡଳର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବୃକକ୍ ଜନିତ ସମସ୍ୟା ଦେଇ ଗତିକରୁଥିବା ରୋଗୀମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହେବେ ବୋଲି ବିଶ୍ୱାସ ଅଛି l ଗତ ମାର୍ଚ୍ଚ ୨୦୨୩ ମସିହାରେ ତତ୍କାଳୀନ ୫ଟି ସଚିବ ଶ୍ରୀ ଭି, କାର୍ତ୍ତିକେୟନ ପାଣ୍ଡିଆନ ସୁନ୍ଦର ଗଡ଼ ଜିଲ୍ଲା ପରିଦର୍ଶନ ସମୟରେ ଏନେଇ ସ୍ଥାନୀୟ ଅଧିବାସୀମାନଙ୍କ ତରଫରୁ ଏକ ଦାବୀପତ୍ର ଦିଆଯାଇଥିଲା । ଏହି ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ବିଚାର କରି ବଣାଇଠାରେ ଏକ ଡାଇଲିସିସ୍ ୟୁନିଟ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ୟୁନିଟ୍ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଛି l ଏହା ଦ୍ୱାରା ବଣାଇଗଡ ବ୍ଲକ୍ ସହ ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ବ୍ଲକର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଡାଇଲିସିସ୍ ସୁବିଧା ଆବଶ୍ୟକ କରୁଥିବା ବୃକକ୍ ରୋଗୀମାନେ ରାଉରକେଲା ଏବଂ ସୁନ୍ଦରଗଡ ଉପରେ ନିର୍ଭରଶୀଳ ଥିଲେ । ସପ୍ତାହକୁ ଦୁଇରୁ ତିନିଥର ଡାଇଲିସିସ୍ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଏହି ସେବା ନିୟମିତ ହାସଲ କରିବା କଷ୍ଟକର ହୋଇଯାଉଥିଲା । ବୃକକ୍ ଜନିତ ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଦୀର୍ଘ ସମୟ ଯାତ୍ରା କରିବା ଏବଂ ଏ ନେଉ ଅର୍ଥ ଖର୍ଚ୍ଚ କରିବା ଏକ ଦୂରୁହ ବ୍ୟାପାର ଥିଲା । ଏହାଦ୍ୱାରା ସେମାନଙ୍କ ଉପରେ ଅର୍ଥଗତ ଏବଂ ସ୍ୱାସ୍ଥ୍ୟଗତ ଚାପ ପଡୁଥିଲା । ଏହା ଫଳରେ ଅନେକ ଲୋକ ଅନ୍ୟୋପାୟ ହୋଇ ଚିକିତ୍ସା ବନ୍ଦ କରିବା ପାଇଁ ଚିନ୍ତା କରୁଥିଲେ ।
ଏବେ ବଣାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଡାଇଲିସିସ୍ ସେବା ଉପଲବ୍ଧ ହେବା ଫଳରେ ଲୋକମାନଙ୍କୁ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି କାରଣ ଏହା ସେମାନଙ୍କ ହାତ ପାଆନ୍ତାରେ ମିଳିବ । ଏହି ଡାଇଲିସିସ୍ କେନ୍ଦ୍ରରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ବୈଷୟିକ ଦକ୍ଷତା ସଂପନ୍ନ ଚିକିତ୍ସକଙ୍କ ଦ୍ୱାରା ବୃକକରେ ସମସ୍ୟା ଭୋଗୁଥିବା ଲୋକଙ୍କୁ ଏ ନେଇ ଆଧୁନିକ ଚିକିତ୍ସା ଦିଆଯିବ । ବଣାଇର ଏହି ଡାଇଲିସସ୍ କେନ୍ଦ୍ରର ସ୍ଥାପନା ସେହି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିଚାର କରାଯାଉଛି । ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରୁ ଯେଉଁ ରୋଗୀମାନେ ଏହି ଚିକିତ୍ସା ପାଇଁ ଆସିବେ ଏହି ଚିକିତ୍ସା ବିନା ମୂଲ୍ୟରେ ମିଳିବ । ଏହି ସୁବିଧା କାର୍ଯ୍ୟକ୍ଷମ ହେଲାପରେ ଏହି ଅଂଚଳର ଲୋକଙ୍କର ଦୀର୍ଘଦିନର ଦାବୀ ଆଜି ପୂରଣ ହୋଇଛି ।
ବହୁଦିନର ସ୍ୱପ୍ନ ସାକାର ହୋଇଛି ବଣାଇଁ ବାସୀଙ୍କର । ଯାହାକି ବଣାଇଁ ଉପଖଣ୍ଡ ର ଉପ-ଚିକିତ୍ସାଳୟରେ ଉଦ୍ଘାଟନ ହୋଇଛି ଡାଇଲିସିସ ସେଣ୍ଟର ।
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”