ଓ୍ବାକରସ୍ କ୍ଲବ୍ ତରଫରୁ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ) ଅଦ୍ୟ ତା- ୦୫/୦୯/୨୫ ରିଖ ଏକ ପବିତ୍ର ଗୁରୁ ଦିବସ ଦିନ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ହଲୁଆ କ୍ଲଷ୍ଟରର ଟିକରପଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ରଶ୍ମିତା ହୋତାଙ୍କୁ ଉତ୍ତମ ଶିକ୍ଷୟିତ୍ରୀ ଭାବେ ସମ୍ମାନିତ କରାଯାଇଛି । ଏଥିରେ ଶିକ୍ଷୟିତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶିକ୍ଷକତା ହେଉଛି ଏକ ସେବା। ଉକ୍ତ ସେବାକୁ ମୁଁ ବୃତ୍ତି ଭାବରେ ଗ୍ରହଣ କରିଥିବା ଯୋଗୁଁ ମୁଁ ଗର୍ବିତ । ପିଲାଙ୍କ ମନକୁ ବୁଝି ସେମାନଙ୍କ ରୁଚି ଅନୁଯାୟୀ ଶିକ୍ଷା ଦେବା ହେଉଛି ମୋର ଲକ୍ଷ୍ୟ। ମୋର ପ୍ରତ୍ୟେକ କାର୍ଯ୍ୟରେ ମୋ ସ୍ବାମୀ ଶ୍ରୀ ରବିନାରାୟଣ ରଥ ସବୁବେଳେ ସହଯୋଗ କରି ଆସୁଛନ୍ତି। ସେ ଉକ୍ତ ସମ୍ମାନର ଶ୍ରେୟ ତାଙ୍କ ସ୍ଵାମୀ ଏବଂ ତାଙ୍କ ଶୁଭଚିନ୍ତକ ମାନଙ୍କୁ ଦେଇଛନ୍ତି। ତାଙ୍କ ସ୍ଵାମୀ ମଧ୍ୟ ଜଣେ ଶିକ୍ଷକ। ଯିଏକି ତାଡମା କ୍ଲଷ୍ଟରର ଗୈାଡଖିଲିମୁ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ। ସମସ୍ତ ଶିକ୍ଷଣକାର୍ଯ୍ୟକୁ ଶିକ୍ଷକ ଦମ୍ପତି ଦୁହେଁ ମିଶି ଆଲୋଚନା ମାଧ୍ୟମରେ କରିଥାନ୍ତି। ଉକ୍ତ ଗୁରୁଦିବସରେ ସେ , ସମସ୍ତ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଓ୍କାକରସ୍ କ୍ଲବ୍ ରାୟଗଡ଼ା, ତାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିବା ଯୋଗୁଁ ଉକ୍ତ କ୍ଲବ୍ ର ସଭାପତି ତଥା ସମସ୍ତ ସଦସ୍ୟଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ

error: Content is protected !!