ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବାପୁଜୀ ଷ୍ଟାଡିୟମ ଠାରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ, ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ, ଜିଲ୍ଲା କ୍ରୀଡା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାନନ୍ଦ ନାୟକ, ବି ଇ ଓ ତଥା ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ସଭାପତି ରୁଦ୍ର ନାରାୟଣ ସାହୁ, ଏ ବି ଇ ଓ ଜ୍ୟୋତିର୍ମୟୀ ନନ୍ଦ, ସୋମନାଥ ସେଠି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କ୍ରୀଡା ର ଆବଶ୍ୟକତା କ୍ରୀଡା ଦ୍ୱାରା ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ଘଟିଥାଏ। ବେଗୁନିଆପଡା ବ୍ଲକ କୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ପରାମର୍ଶ ଦେଵା ସହ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ବେଗୁନିଆପଡା, ସୁମଣ୍ଡଳ, ତାଳସର ଓ ଫାଶୀ ଜୋନ ସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା 344 ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କବାଡି, ଖୋଖୋ, ଯୋଗାସନ, ଫୁଟ ବଲ, କ୍ରିକେଟ, ରନିଙ୍ଗ, ଥ୍ରୋଙ୍ଗି, ଜମ୍ପିଙ୍ଗି ଆଦି ଖେଳ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଭଗବାନ ପଣ୍ଡା, କ୍ରୀଡା ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ଓ ବିଭିନ୍ନ ବିଦ୍ୟାଳୟର 26 ଜଣ କ୍ରୀଡା ଶିକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ