ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:- ୧୨-୯-୨୦୨୫
ରାୟଗଡ଼ ବ୍ଳକ ସଦଭାବନା ଗୃହରେ ରକ୍ତହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ
ହୋଇଯାଇଛି। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏହାର ଉଦଘାଟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନରେ ଏହାର ଭୂମିକା ବିଷୟରେ କହିଥିଲେ ।
ଜନସ୍ବାସ୍ଥ୍ୟ ଉନ୍ନୟନ ଅଧିକାରୀ ସଞୁକ୍ତା ବେହେରା, ଗୋଷ୍ଠୀ ପୋଷଣ ସଞୋଜିକା ସରସ୍ବତୀ ସିଂ, ଶିଶୁ ବିକାଶ ବିଭାଗର ସୁପରଭାଇଜର ଯୋସଦା ବିଭୋର ଓ ବରିଷ୍ଠ ଶିକ୍ଷକ ଉମାଶଙ୍କର ପଣ୍ଡା ସମ୍ବଳ ବ୍ଯକ୍ତି ରୂପେ ତାଲିମ ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏମବିକେ, ସିଆରପି, ଏ ଏନ ଏମ, ୱାର୍ଡ ସଭ୍ଯ, ସମିତି ସଭ୍ଯ ପ୍ରମୁଖ ଏହି ତାଲିମ ଶିବିରରେ ଯୋଗଦାନ କରିଥିଲେ । ଜିପିଡିଓ ସ୍ମୃତିରେଖା ନାୟକ, ବୈଷୟିକ ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।
ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ।