କୋଦଳା, (ଆମ ଓଡିଶା ଖବର): କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଆଜିର ସଭାକୁ ଅଧ୍ୟକ୍ଷତା କରି ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ । ଯୁବ ରେଡ଼କ୍ରସ ସଂଯୋଜ ଶ୍ରୀ ରତ୍ନାକର ପ୍ରଧାନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତି ରଞ୍ଜୁ ବାଳାନନ୍ଦ, ଅନ୍ତର୍ନିହିତ ଗୁଣାବଳୀ ସଂଯୋଜକ ଶ୍ରୀ ସପନ କୁମାର ଦାଶ ସମେତେ ଶୁଶ୍ରୀ ମନୀଷା ପଟନାୟକ ,ଶୁଶ୍ରୀ ଭୁବନେଶ୍ୱରୀ ରାୟ ସାମନ୍ତ, ଶୁଶ୍ରୀ ବର୍ଷା ରାଣୀ ମହାନ୍ତି, ଶୁଶ୍ରୀ ସୁସ୍ମିତା ମହାପାତ୍ର ଏବଂ ଶ୍ରୀ କାହ୍ନୁ ଚରଣ ପାଳ ସମେତେ ଅନେକ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତରେ କାର୍ଯ୍ୟକ୍ରମ ସଫଳ ରୂପାୟନ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା
More Stories
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।
ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ଜଟଣୀ, ୧୧।୧୦।୨୦୨୫