
ଦଶପଲ୍ଲା, “ଆମ ଓଡ଼ିଶା ଖବର” କାରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ରାଜକିଶୋର ନାୟକ ଗିରଫ ହୋଇଛି। ରାଜକିଶୋର ନାୟକ ଠାରୁ ୩୬ କିଲୋ ଗଞ୍ଜେଇ ସହିତ କାର ଜବତ କରିଛି ପୋଲିସ । ଘଟଣାଟି ହେଉଛି ଦଶପଲ୍ଲା ଅଞ୍ଚଳର ହରଭଙ୍ଗା ଥାନା ସକୁଳେଇ ଗ୍ରାମର ରାଜକିଶୋର ନାୟକ ଏକ ସୁଇପ୍ଟ ଡିଜାୟାର କାର ନେଇ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହରେ ଦୁଇଟି ଥାନା ମିଳିତ ଭାବେ ପିଛା କରିଥିଲେ। ବାଣିଗୋଛା ଥାନା ଅଧିକାରୀ ବିନୟ କୁମାର ପରିଡ଼ା ଖବର ପାଇ ଗାଡିଟିର ପିଛା କରିବା ସହିତ, ମଧ୍ୟଖଣ୍ଡ ଥାନା ଆଦର୍ଶ ବିଦ୍ୟାଳୟ ପଛପାଖ ରାସ୍ତାରେ ଜଗିରହିଲେ। ମଧ୍ୟଖଣ୍ଡ ପୋଲିସ, ବାଣିଗୋଛା ପୋଲିସ ଉଭୟ ମିଳିତ ଭାବେ ଗାଡିଟିକୁ କାବୁ କରିଥିଲେ। ସେହି ଗାଡିରୁ ୩୬ କିଲୋ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ କାରଟି ମଧ୍ୟ ଜବତ ହୋଇଛି। ବୈଦ୍ଧ ଜିଲ୍ଲାରୁ ଏହିଭଳି ପ୍ରତିଦିନ ଦଶପଲ୍ଲା ଦେଇ ଗଞ୍ଜେଇ ଚୋରାଚାଲାଣ କରିବା ନିତିଦିନିଆ କାରବାରରେ ପରିଣତ ହୋଇଯାଇଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।